ଆଉ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି।

କୋରାପୁଟର ଦୁଇ ପୁରୁଷ(୫୨ ଓ ୫୬), ଜଣେ ମହିଳା ଆକ୍ରାନ୍ତ(୬୦) ପ୍ରାଣ ହରାଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜଣେ ୫୨ବର୍ଷିୟ ପୁରୁଷ ଓ ଜଣେ ୭୪ ବର୍ଷୀୟା ମହିଳା ଅଛନ୍ତି। ରାୟଗଡ଼ା ଜିଲ୍ଲାରୁ ୨ଜଣ ୪୮ ଓ ୪୧ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ(୭୮ବର୍ଷିୟ ପୁରୁଷ), କଳାହାଣ୍ଡି(୬୦ବର୍ଷିୟ ପୁରୁଷ), ନବରଙ୍ଗପୁର(୪୫ ବର୍ଷିୟ ପୁରୁଷ) ଓ ସମ୍ବଲପୁରରୁ(୩୦ବର୍ଷିୟ ପୁରୁଷ) କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି।