ବେତନଟୀ : ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବେତନଟୀ ନିକଟସ୍ଥ ଡ଼ାକ୍ତରଖାନା ସମ୍ମୁଖରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ଵର ଅଞ୍ଚଳର ଦୁଇ ସାଙ୍ଗ ବାରିପଦାରୁ ଏକ ବିବାହ ଭୋଜିରେ ସାମିଲ ହୋଇ ବାଲେଶ୍ଵର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅସାବଧାନତା ଯୋଗୁଁ ଓଡି ୦୧-ଏଲ- ୮୪୮୪ ନମ୍ବର ସ୍କ୍ରୋପିଓ ଗାଡ଼ି ଟି ଟ୍ରଲର ନମ୍ବର ଜେଏଚ- ୦୫-ଡ଼ିକ୍ଯୁ-୯୭୭୬ ପଛରେ ପିଟି ହୋଇଯାଇଥିଲା।
ସ୍କ୍ରୋପିଓ ଗାଡ଼ିଟି ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ତା ଭିତରେ ବାଲେଶ୍ଵର ଜିଲ୍ଲାର ରେମୁଣା ଅଞ୍ଚଳ ର ଅରୁଣ ଦାସ ଏବଂ ରାହୁଲ୍ ଦାସ ଚାପିହୋଇଯାଇଥିଲେ। ଉପସ୍ଥିତ ସ୍ଥାନୀୟ ଲୋକେ ସ୍କ୍ରୋପିଓ ଡୋର କାଟି ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାହାର କରିଥିଲେ। ସେମାନଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଏବଂ ପରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରଲର ଘଟଣା ସ୍ଥଳରେ ଅଟକି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।