ସାଲେପୁର, ୨୩/୧: ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ପଡିଲେ ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ମାଣିତ୍ରୀ ସରକାରୀ ଉପ୍ରା ବିଦ୍ୟାଳୟ ।
ସୂଚନାଅନୁସାରେ, ମାଣିତ୍ରୀ ସରକାରୀ ବିଦ୍ୟାଳୟର ଶିକ୍ଷକ ସେକ ସଫିଉଲ୍ଲା ଓ ରଞ୍ଜିତ କିଶୋର ମୁଦୁଲି ଦୁଇ ଜଣ ଶିକ୍ଷକ ଆଜି ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରୁଥିବାବେଳେ ମାଣିତ୍ରୀ ଗ୍ରାମର ୪ନଂୱାର୍ଡ ସଭ୍ୟ ସେକ୍ ସହିଦ ଦେଖି ସମ୍ପୃକ୍ତ ଚାଉଳ ବେପାରୀକୁ ଅଟକାଇ ଥିଲେ । ବେପାରି ଜଣକ ହେଲେ ମାହାଙ୍ଗା ଥାନା ତ୍ରିବେଣୀସ୍ୱର ଅଂଚଳର କୃଷ୍ଣ ଦତ୍ତ । ସମ୍ପୃକ୍ତ ଚାଉଳ ବେପାରି ଓ ଶିକ୍ଷକକୁ ଗ୍ରାମବାସୀ ଅଟକ ରଖି ସାଲେପୁର ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଚାଉଳ ବେପାରୀ ସହ ଚାଉଳକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।
