ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟିଅର କେ.ଏଲ ରାହୁଲ

0

ନୂଆଦିଲ୍ଳୀ, ୨୩/୧: ବିବାହ ବନ୍ଧନରେ ବାନ୍ଧିହେଲେ ଆଥିଆ ସେଟ୍ଟୀ ଏବଂ କେ.ଏଲ ରାହୁଲ। ସୋମବାର ଉଭୟ ଦକ୍ଷିଣ ଭାରତ ରୀତି ନୀତି ଅନୁସାରେ ବିବାହ କରିଛନ୍ତି। ଏହି ବିବାହକୁ ନେଇ କ୍ରିକେଟ ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ଉତ୍ସାହିତ ଥିଲା। ଆଉ ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସୋମବାର ବଲିଉଡ ଏବଂ କ୍ରିକେଟ ଜଗତର ଦୁଇ ଷ୍ଟାର ବିବାହ କରିଛନ୍ତି। ସରିଛି ଆଥିଆ-କେ.ଏଲ ରାହୁଲଙ୍କ ବିବାହ। ବିବାହରେ ତାଙ୍କର ପରିଜନ ତଥା ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ହୋଇଛି । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ଆଥିଆ ଏବଂ କେ.ଏଲ ରାହୁଲଙ୍କ ବିବାହ ସମ୍ପନ୍ନ ହୋଇଛି।

ସୂଚନାଥାଉକି, ଉଭୟଙ୍କର ପ୍ରି ଓ୍ବେଡିଂ ଶନିବାର ଠାରୁ ହିଁ ଆରମ୍ଭ ହୋଇଯାଇଥିଲା। ରବିବାର ରାତିରେ ପରିବାର ସଂଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥଲେ। ତେବେ ଏହି ବିବାହ ଉତ୍ସବରେ ମିଡିଆକୁ ଦୂରରେ ରଖାଯାଇଥିଲା। କିନ୍ତୁ ତଥାପି କିଛି ଫଟୋ ସାମ୍ନାକୁ ଆସିଥିଲା। ଧଳା ରଙ୍ଗର ଫୁଲରେ ମଣ୍ଡପକୁ ସଜ୍ଜିତ ହୋଇଥିଲା। ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସ୍‌ ନିକଟ ହୋଟେଲରେ କେ ଏଲ ରାହୁଲଙ୍କ ପରିବାର ଲୋକେ ରହିଥିଲେ। ଦିନ ୩ ଟା ସମୟ​‌ରେ ବରଯାତ୍ରୀ ବାହାରିଥିଲେ। ରିପୋର୍ଟ ଅନୁଯାୟୀ ବିବାହରେ ପ୍ରାୟ ୧୦୦ ଅତିଥି ଉପସ୍ଥିତ ରହିଥିଲେ। ଏହି ସମୟରେ ଅତିଥିଙ୍କୁ ନୋ ଫୋନ୍ ପଲିସି ନିୟମରେ ରହିବାକୁ ପଡ଼ିଥିଲା। ବିବାହ ସ୍ଥାନକୁ ଫୋନ୍ ନେଇ ଯିବାର ଅନୁମତି ନଥିଲା।

SBI AD
Leave A Reply

Your email address will not be published.