ଭୁବନେଶ୍ୱର, ୧୧/୦୮ : ମଝି ଚିଲିକାରୁ ନାବାଳକକୁ ଅପହରଣ ଅଭିଯୋଗ । କେହି ଦୁର୍ବୃତ୍ତ ନାବାଳକକୁ ମାଡ଼ ମାରି ମାଛ, ଚିଙ୍ଗୁଡ଼ି ଛଡ଼ାଇ ନେବା ସହିତ ଅପହରଣ କରି ନେଇଛନ୍ତି । କିଏ ନେଇଗଲା କିଛି ବି ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା ନାବାଳକ ଜଣକ । ଗତକାଲି ସନ୍ଧ୍ୟାରେ ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଛନ୍ତି । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ପରେ ଚିଲିକାରେ କୃଷ୍ଣପ୍ରସାଦ ଥାନା ପୋଲିସ ଓ ଓଡ୍ରାଫ ଟିମ ମିଳିତ ଭାବେ ଖୋଜାଖୋଜି କରୁଛନ୍ତି । ନାବାଳକ ଜଣକ ଘର ପିପିଲି ଅଞ୍ଚଳରେ। ଅଭିଯୋଗ ପରେ ଚିଲିକାରେ ପଇଁତରା ମାରୁଛି କୃଷ୍ଣପ୍ରସାଦ ପୋଲିସ । ଥାନା ଆଇଆଇସି ବିଚିତ୍ରା ନନ୍ଦ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ଚିଲିକାରେ ଖୋଜା ଖୋଜି କରୁଛନ୍ତି । ନିଖୋଜ ନାବାଳକ ଜଣଙ୍କ ଗଞ୍ଜାମ ଜିଲ୍ଲା ହୁମା ଅଂଚଳର । କୃଷ୍ଣପ୍ରସାଦରେ ନିଜ ସମ୍ପର୍କୀୟଙ୍କ ଘରେ ରହି ମାଛ ଧରୁଥିଲେ ।