ମହାକାଳପଡ଼ା,୮ /୯: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜାତୀୟ କଂଗ୍ରେସ କମିଟି ତରଫରୁ ମଙ୍ଗଳବାର ଦିନ ମହାକାଳପଡା ରାମନଗରଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସରକାରଙ୍କ ନିର୍ବାଚନ ଘୋଷଣା ପୂର୍ବରୁ କଂଗ୍ରେସ ଦଳ କିପରି ପଂଚାୟତ ସମିତିଠାରୁ ୱାର୍ଡ ପର୍ଯ୍ୟନ୍ତ ଦଳୀୟ ସଂଗଠନ ଦୃଢ଼ୀଭୂତ କରିପାରିବ ଏନେଇ ଆଲୋଚନା ହୋଇଯାଇଛି l ବିଶେଷ କରି ଆଗାମୀ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ ନେଇ ଦଳ ତରଫରୁ ପ୍ରୟାସ ଜାରି ରଖିବାକୁ ଛାମୁଆ କର୍ମୀ ମାନେ ବୈଠକରେ ମତ ରଖିଛନ୍ତି l ଆହୁରି ମଧ୍ୟ ବ୍ଲକ ସ୍ତରୀୟ ଅନ୍ୟାନ୍ୟ ସେଲ ଗୁଡିକ ନବଗଠିତ ହୋଇଛି l ପୁରୁଣା ଓ ନୂଆ ଭାବେ ଗଠିତ କମିଟିର ସଭ୍ୟ ମାନଙ୍କୁ ସ୍ଥାନୀୟ ସଂଗଠନ ମଜଭୁତ କରି ସମିତିର ଅଧାରୁ ଅଧିକ ସିଟ ଦଖଲ କରିବାର ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ l ଯଥା ଶୀଘ୍ର ପଂଚାୟତ, ଗାଁ ଓ ୱାର୍ଡ କମିଟି ଗଠନ କରି ଜିଲ୍ଲା କମିଟିକୁ ଅବଗତ କରାଇବାକୁ ସୂଚନା ଦିଆଯାଇଥିଲା l
ପ୍ରସ୍ତୁତି ବୈଠକରେ ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ନେତା ବିଭ୍ରାଂଶୁ ଶେଖର ଲେଙ୍କା, ବ୍ଲକ ସଭାପତି କବିନ୍ଦ୍ର ସାମଲ, ଜିଲ୍ଲା କଂଗ୍ରେସର ଉପସଭାପତି ରାକେଶ ମହାନ୍ତି,ଜିଲ୍ଲା ସଧାରଣ ସଂପାଦକ ବିଶ୍ୱପ୍ରକାଶ କର, ଯୁବ କଂଗ୍ରେସର ଜେନେରାଲ ସେକ୍ରେଟାରୀ କାର୍ତ୍ତିକ ବେରା, ପୂର୍ବତନ ବ୍ଲକ ସଭାପତି ନିରାକାର ଜେନା, ବର୍ତମାନର ବ୍ଲକ କଂଗ୍ରେସ ସଭାପତି କବିନ୍ଦ୍ର ସାମଲ ଆଦି ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ଵାଲା, ହରେକୃଷ୍ଣ ନାୟକ, ରଘୁନାଥ ସେଠି, ମହେଶ୍ୱର ଗୋଛାୟତ, ପ୍ରତାପ ଚନ୍ଦ୍ର ନାୟକ, କଳ୍ପତରୁ ପ୍ରଧାନଙ୍କ ସମେତ ରାମନଗର ପଂଚାୟତର ଶତାଧିକ ମୁରବି ଓ ଯୁବକ ମାନେ ଯୋଗ ଦେଇଥିଲେ। ଭଙ୍ଗା ଘରକୁ ସଜାଡି ଲେ ମୁଣ୍ଡ ଗୁଂଜି ହେବା ଭଳି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଦଳୀୟ କର୍ମୀଙ୍କୁ ନେଇ ତୃଣମୂଳରେ ସଂଗଠନକୁ ସୁଦୃଢ କଲେ ନିର୍ବାଚନରେ ବିରୋଧୀଙ୍କୁ କଡା ମୁକlବୋଲା କରାଯିବ ବୋଲି ମୁରବି ମାନେ ମତ ଦେଇଛନ୍ତି ।