ନଣନ୍ଦ ଓ ନଣନ୍ଦେଇଙ୍କ ଆକ୍ରମଣରେ ଗୁରୁତର ନିର୍ଯ୍ୟାତିତ ମହିଳା ସପ୍ତମୀ, ନ୍ୟାୟ ପାଇଁ ଯୋଡିହେଲା ମହିଳା ଆଞ୍ଚଳିକ ମଞ୍ଚ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମ୍ୱଦ୍ରିକ ଥାନା ଅଞ୍ଚଳ ରାମନଗର ପଂଚାୟତ ପିତାପାଟ ଗାଁ ର ସପ୍ତମୀ ମିସ୍ତ୍ରୀ ଦୁଇ କନ୍ୟାର ଜନନୀ ହେବାରୁ ପତି ଙ୍କ ପରିବାର ପକ୍ଷରୁ ଏକାଧିକ ବାର ନିର୍ଯ୍ୟାତନାର ଶିକାର ହେଉଥିଲେ l ପରବର୍ତ୍ତୀ ସମୟରେ କାମୁକ ପତି ଗୌତମ ମିସ୍ତ୍ରୀ ପତ୍ନୀ ଓ ଦୁଇକନ୍ୟାକୁ ଗାଁରେ ଛାଡି ତନ୍ତିଆପାଳ ଥାନା ଚକୋଡାର ବିଧବା ରେବତୀ ମଣ୍ଡଳଙ୍କ ସାଥିରେ ଧରି ବାହାର ରାଜ୍ୟ କୁ ଚାଲିଯାଇଥିଲେ l ରେବତୀଙ୍କ ପତି ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଜନ୍ମିତ ପୁତ୍ର ବି ପରବର୍ତ୍ତୀ ସମୟରେ ମରିଯିବାରୁ ରେବତୀ ଏକାକୀ ନିଃସଙ୍ଗ ଜୀବନ ଯାପନ କରୁଥିଲେ l ଉଲ୍ଲେଖ ଥାଉକି ରେବତୀ ବତୀଘର ଅଂଚଳର ଝିଅ ହୋଇଥିବାରୁ ଅଧିକାଂଶ ସମୟରେ ପିତୃଆଳୟରେ ରହି ଗୌତମଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା l ବାହାର ରାଜ୍ୟରେ ଦାଦନ ଖଟି ବିଧବାଙ୍କ ପ୍ରଣୟରେ ମସଗୁଲ ରହି ବିବାହିତ ପତ୍ନୀ ସନ୍ତାନ କଥା ଭୁଲି ଯାଇ ଥିଲେ ଗୌତମ l

ପୁଅ ଛାଡି ଦେଇଯିବାରୁ ଶାଶୁ ଘର ଲୋକେ ପୁଅର ପରୋକ୍ଷ ଇଙ୍ଗିତରେ ବୋହୁ କୁ ନିର୍ଯ୍ୟାତିତ କରି ଘରୁ ତଡ଼ିଦେବାକୁ ପ୍ରୟାସ କରୁଥିବାର ସପ୍ତମୀଙ୍କ ବାପଘର ଲୋକେ କହନ୍ତି l ଅଧିକାଂଶ ସମୟରେ ନିର୍ଯ୍ୟାତନା ପାଇଁ ବି ଶାଶୁ ଘର ଛାଡି ନାହାଁନ୍ତି ସପ୍ତମୀ l ଈଶ୍ୱରଙ୍କ ଉପରେ ଭରସା ରଖି ସ୍ୱାମୀ କୁ ସୁବୁଦ୍ଧି ଫେରିଆସିବାକୁ ଅପେକ୍ଷା କରିଥିଲେ l ଅନେକ ଥର ସ୍ୱାମୀ ସ୍ତ୍ରୀ ଓ ପରିବାର ଲୋକଙ୍କ ଦ୍ୱାରା ଲାଂଛିତ,ଅପମାନିତ ଲଜ୍ଜିତ ହେବା ସହିତ ମାଡ଼ କହୁଣୀ ଖାଇ ଥାନାରେ ଅଭିଯୋଗ କରିଛନ୍ତି l ତଥାପି ଓହରି ନାହାଁନ୍ତି କର୍ତ୍ତବ୍ୟ ପଥରୁ l କିନ୍ତୁ ରବିବାର ଦିନ ଶାଶୁ ରେଖାମିସ୍ତ୍ରୀ ବୋହୁ ସହିତ କଳି କରି ସିଆଣିଆ ଭାବେ ଘର ପାଖ ଝିଅ ଓ ଜ୍ୱାଇଁ ଙ୍କୁ ଡକାଇ ମିଳିତ ଭାବେ ଆକ୍ରମଣ କରି କୁରାଢ଼ୀ ଓ ଢେଙ୍ଗାରେ ମୁଣ୍ଡ ଫଟାଇ ଗୁରୁତର ଭାବେ ଅଚେତ କରି ପକାଇଦେଇଥିବାର ସପ୍ତମୀ କହନ୍ତି l ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପଡୋଶୀ ମାନେ ନେଇ ଯାଇଥିବା ବେଳେ ଶାଶୁ ଘର ଲୋକେ ବାଇକ ଦୁର୍ଘଟଣା ଯୋଗୁ ଗୁରୁତର ହୋଇଥିବାର କହିଥିଲେ l ସାଧାରଣ ଚିକିତ୍ସା ପରେ ଶାଶୁ ଘରକୁ ଫେରି ମୁର୍ମୁଷ ଅବସ୍ଥାରେ ଦିନ କାଟୁଛନ୍ତି l ଏହିଘଟଣା ନେଇ ସପ୍ତମୀଙ୍କ ପକ୍ଷରୁ ଜମ୍ବୁ ଥାନାରେ ଶାଶୁ ରେଖା ମିସ୍ତ୍ରୀ , ନଣନ୍ଦ ସୋନାଲି ମଣ୍ଡଳ ଓ ନଣନ୍ଦେଇ ବିଷ୍ଣୁ ପଦ ମଣ୍ଡଳଙ୍କ ନାମେ ଅଭିଯୋଗ ହେବାରୁ ପୋଲିସ ଘଟଣାର ତଦନ୍ତ କରି ନଣନ୍ଦ ଓ ନଣନ୍ଦେଇଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛି l

ଅଘଟଣ ଦିନ ଶ୍ୱଶୁର ଗୋଷ୍ଠ ମିସ୍ତ୍ରୀ ଅନୁପସ୍ଥିତ ଥିଲେ l ମାତ୍ର ଝିଅ ଓ ଜ୍ୱାଇଁ ଗିରଫ ହେବା ଖବର ପାଇଁ ତୁରନ୍ତ ଘରକୁ ଫେରି ଲୋକଦେଖାଣିଆ ଭାବେ ବୋହୁ କୁ ଦେଖା ଶୁଣା କରୁଛନ୍ତି l ସେପଟେ ନିର୍ଯ୍ୟାତିତ ବଧୂ ସପ୍ତମୀ ଙ୍କ ନ୍ୟାୟ ପାଇଁ ଅଂଟାଭିଡ଼ିଛନ୍ତ ସ୍ଥାନୀୟ, “ମା ରାମଚଣ୍ଡୀ ଆଞ୍ଚଳିକ ମଞ୍ଚର” ମହିଳା ମାନେ l ସ୍ଥାନୀୟଅଂଚଳର 13ରୂ ଅଧିକ ସ୍ୱୟଂସହାୟିକା ଗୋଷ୍ଠୀ ର ମହିଳା ମାନେ ଆଞ୍ଚଳିକ ମଞ୍ଚ ଜରିଆରେ ସପ୍ତମୀ ଙ୍କ ନିକଟରେ ପହଂଚି ଥିଲେ l ମହିଳା ସଭ୍ୟା ମାନେ ଶାଶୁ ଓ ଶ୍ୱଶୁର ଗୋଷ୍ଠଙ୍କ ସହିତ ଆଲୋଚନା କରି ସପ୍ତମୀକୁ ବୋହୂର ମର୍ଯ୍ୟାଦା ଦେଇ ସହଯୋଗ ବାତାବରଣ ମଧ୍ୟରେ ଚଳିବାକୁ ପରାମର୍ଶ ଦେଇଥିବାର ଜଣାପଡିଛି l ମା’ ର ଏଭଳି ଅବସ୍ଥାର ମୁକ ସାକ୍ଷୀ କୁନି ଝିଅ ମୀରା ମଧ୍ୟ ଗଣମାଧ୍ୟମ ଆଗରେ ନିଃସହାୟ ପ୍ରକାଶ କରିଛନ୍ତି l ପ୍ରଶାସନ ନିର୍ଯ୍ୟାତିତ ମହିଳାଙ୍କ ପତି ଵା ମୂଳ ଆସାମୀ ଗୌତମଙ୍କୁ ବାହାର ରାଜ୍ୟରୁ ଠାବ କରି ଆଣି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚର ମହିଳାମାନେ ଦାବିକରନ୍ତି l ଅନୁପାତିକ ଭାବେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଲିଙ୍ଗ ଭେଦାଭେଦ ନେଇ ପରିବାର ତଥା ବନ୍ଧୁବାନ୍ଧବଙ୍କ ର କନ୍ୟା ସନ୍ତାନର ଜନନୀ ଙ୍କ ପ୍ରତି ନିର୍ଯ୍ୟାତନା କୁ ସାଧାରଣ ରେ ନାପସନ୍ଦ କରାଯାଉଛି l ପୋଲିସ ନିର୍ଯ୍ୟାତିତ ମହିଳାଙ୍କୁ ସୁରକ୍ଷା ଦେବା ସହିତ ପତି ଗୌତମ ଙ୍କ ସୁଖର ସଂସାର କରିବାରେ ସହାୟ ହେଲେ ସ୍ଥାନୀୟ ଅଞ୍ଚଳ ଲୋକେ ଦାବିକରନ୍ତି l