ଆଜିଠାରୁ ଗଡ଼ିଲା ‘ମୋ ବସ’

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ପରେ ପୁଣି ଗଡ଼ିଲା ‘ମୋ ବସ୍’। ସୋମବାରଠୁ ପୁଣି ଆରମ୍ଭ ହୋଇଛି ‘ମୋ ବସ୍‌’ ସେବ।। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍‌ । ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ ବୋଲି କତ୍ତୃପକ୍ଷ ତରଫରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ କାରଣରୁ ବନ୍ଦ ଥିଲା ମୋ ବସ୍‌ ସେବା। ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । ପ୍ରଥମ ପର୍ଯ୍ୟାୟରେ ୮୭ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ୍‌ (CRUT) । କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ । ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରାକରିବାକୁ ଅନୁମତି ଦିଆଯିବ ନାହିଁ ।