ମହାକାଳପଡ଼ା, ୧୪/୧୧ : ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ଼ ଦୁର୍ଗା ପ୍ରସନ୍ନ ନାୟକ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ପୂର୍ବାହ୍ନ ରେ ମାର୍ଶାଘାଈ ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକ ର ଉନ୍ନତି ନେଇ ଅଭିଭାଷଣ ରଖିଥିଲେ l କୃଷି ପ୍ରଧାନ ରାଜ୍ୟ ଓଡିଶା ରେ କୃଷକ ମାନଙ୍କ ର ଉନ୍ନତି ନେଇ ରାଜ୍ୟର ଡବଲ ଇଂଜିନ ସରକାର ସଦାସର୍ବଦା କିଭଳି ବିଭିନ୍ନ ସରକାରୀ ଯୋଜନା କରୁଛନ୍ତି ଏନେଇ ମଧ୍ୟ ଚାଷୀ ମାନଙ୍କୁ ଅବଗତ କରାଇଥିଲେ l ସଭା ଶେଷରେ ମୁଖ୍ୟ ଅତିଥି ଓ ମଂଚାସୀନ ସହଯୋଗୀ ଅତିଥି ବିଡ଼ିଓ ଲବଣେନ୍ଦୁ ମହାନ୍ତି, ବିଭିଓ ଡା. ମହେଶ୍ୱର ପରିଡା, ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ ଆଦି ଅଗ୍ରଣୀ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସମୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା l
ଅପରାହ୍ନ ରେ ବିଧାୟକ ମହାକାଳପଡ଼ା ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ତରଫରୁ ଅନୁଷ୍ଠିତ ମଧୁବାବୁ ପେନସନ ଯୋଜନା ରେ ୩୧ପଂଚାୟତ ର ଅନୁମୋଦିତ ୪୪୫୯ଅନୁମୋଦିତ ହିତାଧିକାରୀଙ୍କ ମଧ୍ୟରୁ ବୟସ୍କ ୨୫୦ ରୁ ଉର୍ଦ୍ଧ୍ଵ ବୃଦ୍ଧ /ବୃଦ୍ଧା /ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଡବଲ ଇଂଜିନ ସରକାର ରେ କେହି ବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ରହିବେ ନାହିଁ, ବାଦ ପଡିଯାଇଥିବା ହିତାଧିକାରୀ ପୋର୍ଟାଲ ରେ ତୁରନ୍ତ ଆବେଦନ କରି ସୁଯୋଗ ଉପଲବ୍ଧ ପାଇଁ ସୂଚନା ଦେଇଥିଲେ l କାର୍ଯ୍ୟକ୍ରମ ରେ ସହଯୋଗୀ ଭାବେ ବିଧାୟକ ଙ୍କ ସହିତ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଉପାଧ୍ୟକ୍ଷ ବିଜୟ ଶୁକ୍ଲା, ବିଡ଼ିଓ ମନୋଜ ନାୟକ ଆଦି ମଂଚାସୀନ ରହି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ପରେ ପରେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଂଚି ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଉଥିବା ଆଶାକର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ l
ଆଲୋଚନା ସମୟରେ ବିଧାୟକ ଙ୍କ ସହିତ ମେଡିକାଲ ଅଫିସର ନିରଞ୍ଜନ କର, ବିପିଏମ ପ୍ୟାରୀମୋହନ ନନ୍ଦ ଓ ଅନ୍ୟ ଅଧସ୍ତନ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ୩୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଞ୍ଚଳ ର ଦକ୍ଷତା ସମ୍ପନ୍ନ ଆଶା କର୍ମୀ ମାନଂକୁ ସହାୟକ କୀଟ ପ୍ରଦାନ କରିଛନ୍ତି l ଏତଦ ବ୍ୟତୀତ ଇଫକୋ ତରଫରୁ ଯୋଗାଇ ଦିଆଯାଇଥିବା ପୁଷ୍ଟି ଯୁକ୍ତ କୀଟ ଗୁଡିକ ରୋଗୀ ମାନଙ୍କୁ ଆବଣ୍ଟନ କରିଥିଲେ l ରାତିଅଧ ତିନିପ୍ରହର ରେ ଗ୍ରାମାଞ୍ଚଳ ପରିବାର ଲୋକଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଆଶା କର୍ମୀ ଙ୍କୁ ପ୍ରଦତ୍ତ କୀଟ ବେଶ ସହାୟକ ହେବ ବୋଲି ଜଣାପଡିଛି l