ବାରହା ଶିକାରୀଙ୍କ ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ

ମହାକାଳପଡ଼ା, ୨୬/୧୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ସାମୁଦ୍ରିକ ଥାନା ଅଧୀନ ଭୋପାଳ ଗାଁ ର ବିଷ୍ଣୁ ନାୟକ ଙ୍କ ସାନପୁଅ ଅଶ୍ୱସ୍ତ ନାୟକ ବୟସ ଓରଫ ନେଙ୍ଗ ବୟସ ୪୫ଙ୍କ ର ମୃତ୍ୟୁ ଏବେ ସନ୍ଦେହ ଘେରରେ l ସୂଚନା ଥାଉକି ମଙ୍ଗଳବାର ସନ୍ଧ୍ୟାରେ ନେଙ୍ଗ ର ଗାଁ ସାଙ୍ଗ ବାବୁରାମ ସ୍ୱାଇଁ ଓ କାର୍ତ୍ତିକ ବରାଳ ବାଇକ ଯୋଗେ ଆସି ଡାକି ନେଇଥିଲେ l ଘରୁ ଯିବା ପରେ ରାତ୍ରି ପାହିଥିଲେ ସୁଦ୍ଧା ଘରକୁ ଫେରିନଥିଲେ l ଘର ଲୋକେ ଖୋଜା ଖୋଜି କରି ନିରାଶ ହୋଇଥିଲେ l ବୁଧବାର ସକାଳେ ଓସ୍ତିଆ ଧାନ ଜମି ପାଖରେ ପଡ଼ିଥିବା ର ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଉପୁଜୁଛି l ଏନେଇ ମୃତକ ଙ୍କ ପତ୍ନୀ ସାବିତ୍ରୀ ନାୟକ ସ୍ୱାମୀ ଅଶ୍ୱସ୍ତ ଙ୍କ ଦୁଇ ସାଙ୍ଗ ଙ୍କ ନାମେ ଥାନା ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ ପୋଲିସ ୧୦/୨୦୨୬ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବାର ଜଣାପଡିଛି l ସୂଚନା ଥାଉକି ବନ୍ୟଜୀବ ବନାଞ୍ଚଳ କର୍ମଚାରୀଙ୍କ ଅବହେଳାରୁ ଅନେକ ସମୟରେ ସ୍ଥାନୀୟ ଶିକାରୀ ବନ୍ୟ ଜୀବ ମାରି ଥାନ୍ତି l ବୁଧବାର ବଡ଼ଓଷା ପରବର୍ତ୍ତୀ ଛାଡ଼ଖାଇ ହେତୁ ଶିକାରୀ ସାଥି ହୋଇ ବାରହା ଫାଶ ବସାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ l ଏପରିକି ଗାଁ ଲୋକେ ମୃତକ ଙ୍କୁ ଓସ୍ତିଆ -ଭୋପାଳ ରାସ୍ତା ସଂନିକଟ ରେ ଠାବ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଗାଁ ରୁ ଅନୁପସ୍ଥିତ ନେଇ ସନ୍ଦେହ ସୃଷ୍ଟି ହେଉଛି l ମୃତକ ଙ୍କ ପତ୍ନୀ ସ୍ୱାମୀ ଙ୍କ ଶରୀର ରେ କରେଣ୍ଟ ଦାଗ ଥିବାର ଗଣ ମାଧ୍ୟମ କୁ କହିବା ସହିତ ଉପଯୁକ୍ତ ନ୍ୟାୟ ଦାବିକରିଛନ୍ତି l ଉଲ୍ଲେଖ ଥାଉକି ପାଞ୍ଚ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳ ର ଜଣେ ଶିକାରୀ ବାରହା ବିଦ୍ୟୁତ ଫାଶ ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଥିଲେ ବି ଚେତୁନାହାଁନ୍ତି ଜନତା କି ବିଭାଗୀୟ ଅଧିକାରୀ l