ରାଜ୍ୟରେ ୮ରୁ ଲଘୁଚାପ, ୧୦ରେ ବର୍ଷା

ଭୁବନେଶ୍ବର,୫/୬ : ବାତ୍ୟା ‘ନିସର୍ଗ’ ପାଇଁ ଓଡ଼ିଶାକୁ ମୌସୁମୀ ପ୍ରବେଶରେ ବିଳମ୍ବ ନେଇ ପ୍ରକାଶ ପାଇଥିବା ଆଶଙ୍କା ଏବେ ଟଳି ଯାଇଛି। ରାଜ୍ୟରେ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ସାରା ଓଡ଼ିଶାରେ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ତାହା ରାଜ୍ୟକୁ ମୌସୁମୀ ଆଗମନରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।