ପୁରୀ, ୨୫/୧୦: ଆସନ୍ତାକାଲି ଠାରୁ ପୁରୀରେ ଗର୍ଜିବେ ବିଜେଡିର ଯୁବ ଓ ଛାତ୍ର ନେତା। ପୁରୀ ବାଲିଘାଇ ଅଞ୍ଚଳରେ ହେବ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର। ରାଜ୍ୟ ସ୍ତରୀୟ ବିଜେଡି ଯୁବ ଏବଂ ଛାତ୍ର ସମାବେଶରେ ୩୫ଟି ଜିଲ୍ଲାର ସାଂଗଠନିକ ଯୁବ ଓ ଛାତ୍ର ନେତୃବୃନ୍ଦ ୩୧୪ଟି ବ୍ଲକର ପ୍ରତିନିଧି ଓ ୧୧୯ଟି ପୌରାଞ୍ଚଳର ଯୁବ କାର୍ଯ୍ୟକର୍ତ୍ତା ଓ ବିଜେଡି ଆଇଟି ସେଲର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର କରାଯାଉଛି। କାଲି କେବଳ ଯୁବ ବିଜେଡି ସମାବେଶ ଥିବାବେଳେ ୨୭ରେ ରହିଛି ବିଜେଡି ଛାତ୍ର ସମାବେଶ। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବେ ।