ପାରିବାରିକ କଳହରୁ ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ସ୍ୱାମୀ

କୋରାପୁଟ,୧୪ /୫ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ । ଗାଁ ଲୋକ ପହଞ୍ଚିଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ । ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୁଲିସରେ ଦେଇଛନ୍ତି।

କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ଆଜି ସକାଳେ ଅତି ବଢିବା ପରେ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାରୀ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Comments are closed.