ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କ ପରଲୋକ

ନୂଆଦିଲ୍ଲୀ,୧୪/୫ : ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଇନ୍ଦୁ ଜୈନ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ପିଏମ ମୋଦୀ ଟ୍ୱିଟ କରି ଲେଖିଛନ୍ତି, ଟାଇମ୍ସ ଗ୍ରୁପର ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କୁ ତାଙ୍କର ସମ୍ପ୍ରଦାୟ ସେବା, ଭାରତର ପ୍ରଗତି ପ୍ରତି ଆଗ୍ରହ ଏବଂ ଆମ ସଂସ୍କୃତି ପ୍ରତି ପ୍ରବଳ ଆଗ୍ରହ ପାଇଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ସହିତ ମୋର ବାର୍ତ୍ତାଳାପ ମନେ ଅଛି । ତାଙ୍କ ପରିବାର ପ୍ରତି ସମବେଦନା । ଓମ୍ ଶାନ୍ତି ।

ଇନ୍ଦୁ ଜୈନ ଟାଇମ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଥିଲେ। ଏହା ବ୍ୟତୀତ ସେ ଭାରତୀୟ ଜ୍ଞାନପିଠ ଟ୍ରଷ୍ଟର ଚେୟାରମ୍ୟାନ୍ ମଧ୍ୟ ଥିଲେ । ୨୦୧୬ ମସିହାରେ ଇନ୍ଦୁ ଜୈନଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା।

 

Comments are closed.