ଭାରତ ସହ ଯୁଦ୍ଧ କରିବା ପାକିସ୍ତାନ ପାଇଁ ଅପୂରଣୀୟ କ୍ଷତି ହେବ : ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ

ଦିଲ୍ଲୀ,୨୮/୪ : ଭାରତ ସହ କୌଣସି ପ୍ରକାର ସାମରିକ ଯୁଦ୍ଧ କରିବା ପାକିସ୍ତାନ ପାଇଁ ଅପୂରଣୀୟ କ୍ଷତି ହେବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ନିଜ ସାନଭାଇ ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଏବଂ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ନଓ୍ବାଜଙ୍କ ବାସଭବନକୁ ଯାଇ ତାଙ୍କୁ ଦେଶର ବର୍ତ୍ତମାନର ପରିସ୍ଥିତି ସମୟରେ ଅବଗତ କରାଇଥିଲେ। ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେବା ସହିତ ପାକିସ୍ତାନ ବିରୋଧରେ ବିଭିନ୍ନ ପଦକ୍ଷେପ ନେଇଛି। ନଓ୍ବାଜ ସାନ ଭାଇ ଶେହଓ୍ବାଜଙ୍କୁ କହିଥିଲେ, ଭାରତ ସହିତ ଯଥାସମ୍ଭବ କୂଟନୈତିକ ସ୍ତରରେ ଆଲୋଚନା କର। କୌଣସି ପ୍ରକାର ଯୁଦ୍ଧକୁ ଆମନ୍ତ୍ରଣ କରନାହିଁ। ଶାନ୍ତି ସ୍ଥାପନ ପାଇଁ କୂଟନୈତିକ ବ୍ୟବସ୍ଥାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।