ପାଟଣା, ୧୧/୧୧ : ବିହାରରେ ଜନମତ ସର୍ଭେ ଆକଳନ ଠିକ୍ ହେଲା ନାହିଁ। ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ରହିଲା। ରାଜ୍ୟରେ ଏନଡିଏ ବିପୁଳ ଭୋଟରେ ବିଜୟୀ ହୋଇଛି । ବିହାରର ଜନତା ଏନଡିଏ ଉପରେ ପୁଣି ଥରେ ଭରସା ରଖି ଆଗାମୀ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ଏନଡିଏ ୧୨୫ଟି ଆସନ ସହିତ ପୂର୍ଣ୍ଣ ବହୁମତ ହାସଲ କରିବାରେ ସଫଳ ହୋଇଛି । ମହାମେଣ୍ଟକୁ ୧୦ଟି ଆସନରେ ବିଜୟ ମିଳିଛି ।
ବିହାର ବିଧାନସଭା ନିର୍ବାଚନରେ ଏନଡିକୁ ୧୨୫ଟି ଆସନରେ ବିଜୟ ହାସଲ ହୋଇଛି । କିନ୍ତୁ ଏହି ନିର୍ବାଚନରେ ବିଜୟ ଆଶା ରଖିଥିବା ମହାମେଣ୍ଟକୁ ୧୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟ ଦଳମାନଙ୍କୁ ୮ଟି ଆସନରେ ବିଜୟ ହୋଇଛି ।
ତେବେ ବିହାର ନିର୍ବାଚନରେ ବିଜେପିକୁ ୭୪ଟି, କଂଗ୍ରେସକୁ ୧୯ଟି, ଜେଡିୟୁକୁ ୪୩ଟି, ଆରଜେଡିକୁ ୭୫ଟି, ଏଲଜେପିକୁ ଗୋଟିଏ, ଏଚଏଏମକୁ ୪ଟି, ଭିଆଇପିକୁ ୪ଟି ଓ ଅନ୍ୟ ଦଳଗୁଡ଼ିକୁ ୨୩ଟି ଆସନରେ ବିଜୟ ମିଳିଛି ।