ଜୁନ ୨୧ରେ ନିଟ-ୟୁଜି ପୁନଃ ପରୀକ୍ଷା

ଭୁବନେଶ୍ୱର, ୧୫/୦୫ : ଜୁନ ୨୧ରେ ହେବ ନିଟ-ୟୁଜି ପରୀକ୍ଷା । ପ୍ରଶ୍ନପ୍ରତ୍ର ଲିକ ଯୋଗୁ ବାତିଲ ହୋଇଥିଲା ପରୀକ୍ଷା । ଆଜି ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ନୂଆ ତାରିଖ ଘୋଷଣା କରିଛି । ଏନଟିଏ ପକ୍ଷରୁ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏଜେନ୍ସି କହିଛି ଯେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ରବିବାର, ୨୧ ଜୁନ୍ ୨୬ ପୁନଃ ପରୀକ୍ଷା କରାଯିବାର ନିଷ୍ପତ୍ତି ନିଆଯାଇଛି । ଏନଟିଏ ପ୍ରାର୍ଥୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛି ଯେ ପରୀକ୍ଷା ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ କେବଳ ତାଙ୍କ ଅଫିସିଆଲ୍ ଯୋଗାଯୋଗ ମାଧ୍ୟମଗୁଡ଼ିକୁ ବିଶ୍ୱାସ କରନ୍ତୁ ।