ଭୁବନେଶ୍ୱର, ୨୯/୦୯ : ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଥିବା ବେଳେ ଅକ୍ଟୋବର ପହିଲାରୁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥା ପ୍ରଶାସନିକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କ ଏଟିଏମ୍ ଚାର୍ଜ, ଫିକ୍ସଡ୍ ଡିପୋଜିଟ୍ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ଏହି ନୂଆ ନିୟମଗୁଡ଼ିକ ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ।