ଶାହ ତୁଟାଇବେ ମହାନଦୀ କଳି : ଅକ୍ଟୋବର ୧ରେ ଓଡ଼ିଶା-ଛତିଶଗଡ଼ CMଙ୍କ ସହ ବୈଠକ

ନୂଆଦିଲ୍ଲୀ, ୨୯/୦୯ : ଶାହ ତୁଟାଇବେ ମହାନଦୀ କଳି! କାଢ଼ିବେ ବିବାଦ ସମାଧାନର ବାଟ! ଓଡ଼ିଶାର ଜୀବନ ରେଖା ମହାନଦୀ ଜଳ ଆବଣ୍ଟନକୁ ନେଇ ଦୀର୍ଘ ବର୍ଷ ହେଲା ଲାଗି ରହିଛି ବିବାଦ। ଛତିଶଗଡ଼ ବିରୋଧରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଆନ୍ଦୋଳନ ବି ହୋଇଛି। ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବି ଏକାଧିକ ଥର ବୈଠକ କରିଛନ୍ତି। ସରକାର ବଦଳିବା ପରେ ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।