ନ୍ୟୁଜ୍‌ 7ର ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ଵର, ୨୩/୧୧: ନ୍ୟୁଜ ୭ ଚ୍ୟାନେଲରେ କାର୍ଯ୍ୟରତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ୫୨ ବର୍ଷ ବସୟରେ ଆଜି ତାଙ୍କର ଦେହାନ୍ତ ଘଟିଛି। ଦୀର୍ଘ ବର୍ଷ ଧରି ସେ ବୈଦ୍ୟୁତିକ ଗଣମାଧ୍ୟମରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ମେଳାପି ଏବଂ ମିଷ୍ଟଭାଷୀ ମଣିଷଟିଏ ଥିଲେ ସୁବୋଧ। ତାଙ୍କର ବିୟୋଗରେ ନ୍ୟୁଜ୭ ପରିବାରରେ ଶୋକର ଲହରି ଖେଳି ଯାଇଛି। ନ୍ୟୁଜ୭ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।

ସୁବୋଧ ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ନକ୍ଷେତ୍ର ଟିଭିରେ କାମ କରିଥିଲେ। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ସେ ନ୍ୟୁଜସେଭେନ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ଏନ ଏନ ଡି ଟିଭି ପାଇଁ ବ୍ରହ୍ମପୁରରେ କାର୍ଯ୍ୟ କରୁଥିଲେ। ଏହା ସହିତ ପ୍ରିଣ୍ଟ ମେଡି ରେ ମଧ୍ୟ ପାଇଁ ମଧ୍ୟ କାମ କରିଛନ୍ତି। ତାଙ୍କ ଘର ବ୍ରହ୍ମପୁର ଗେଟ ବଜାରରେ। ହୃଦଘାତ ହେବା ପରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।