୯ଜଣ ପୁଲିସ ଅଧିକାରୀଙ୍କୁ ଫାଶି ଦଣ୍ତ

ଭୁବନେଶ୍ୱର, ୦୭/୦୪ :ତାମିଲନାଡୁର ୯ଜଣ ପୁଲିସ ଅଧିକାରୀଙ୍କୁ ଫାଶି ଦଣ୍ତ। ସତନକୁଲମ ଥାନା ହାଜତରେ ବାପା-ପୁଅ ମୃତ୍ୟୁ ମାମଲାରେ ଦଣ୍ତାଦେଶ। ଜଣେ ଇନ୍ସପେକ୍ଟର,୨ସବ-ଇନ୍ସପେକ୍ଟର ଓ ୬ କନଷ୍ଟେବଲଙ୍କୁ ଫାଶି ଦଣ୍ତ। ଫାଶି ଦଣ୍ତାଦେଶ ଶୁଣାଇଲେ ମଦୁରାଇ ଅତିରିକ୍ତ ଜିଲ୍ଲା ସେସନ୍ସକୋର୍ଟ। ୨୦୨୦ ମସିହାରେ କୋଭିଡ ନିୟମ ଉଲ୍ଳଂଘନ ଅଭିଯୋଗରେ ବାପା-ପୁଅ ଗିରଫ ହୋଇଥିଲେ।ଥାନା ହାଜତରେ ବାପା-ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ତଦନ୍ତ ପର୍ଦ୍ଦାଫସ କରିଥିଲା ସିବିଆଇ। ହାଜତରେ ଦୁଇଜଣଙ୍କୁ ବର୍ବର ଭାବେ ମାରପିଟ କରିଥିଲା ପୁଲିସ। ଉଭୟଙ୍କୁ ସାରା ରାତି ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଏହି ମାମଲାକୁ ବିରଳରୁ ବିରଳତମ କହିଲେ ଅଦାଲତ। ଅନ୍ୟ ଅଭିଯୁକ୍ତର ପୂର୍ବରୁ ମୃତ୍ୟୁ ହୋଇସାରିଛି। ପୀଡିତଙ୍କ ପରିବାରକୁ ୧କୋଟି ୪୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ। ଜରିମାନା ଅନାଦେୟ ହେଲେ ସମ୍ପତ୍ତି ଜବତ ପାଇଁ କୋର୍ଟ କଡ଼ା ନିର୍ଦେଶ।

SBI AD