ଭୁବନେଶ୍ୱର, ୧୭/୦୯ : ଓଡିଶାକୁ ନାହିଁ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାରେ ଓଡିଶାକୁ କୌଣସି ଡର ନାହିଁ । ଲୋକେ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ । ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି। ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ, ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ଏହାକୁ ନେଇ ଲୋକେ ଅଯଥା ଭୟଭୀତ ନହେବାକୁ କୁହାଯାଇଛି । ଆଇଏମଡିର ଉପଲବ୍ଧ ସୂଚନା ଅନୁସାରେ, ବର୍ତ୍ତମାନର ପାଣିପାଗୀୟ ସ୍ଥିତି ଉପରେ ନଜର ରଖାଯାଉଛି । ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଆଇଏମଡି ଭୁବନେଶ୍ୱର ପକ୍ଷରୁ ମଧ୍ୟ ରାଜ୍ୟର ଜିଲ୍ଲାୱାରୀ ପାଣିପାଗ ଓ ସତର୍କତା ସୂଚନା ଜାରି କରାଯାଉଛି ।