ଗ୍ରୀଷ୍ମପ୍ରବାହ ଯୋଗୁଁ ବଢ଼ିଲା ଖରା ଛୁଟି

ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ଦିନ ଛୁଟି ବଢ଼ାଇବାକୁ ଘୋଷଣା କରିଛନ୍ତି ସରକାର । ଜୁନ୍ ୧୮ ବଦଳରେ ୨୧ରେ ସ୍କୁଲ୍ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରଯାଇଛି । ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ସହରର ତାପମାତ୍ର ୪୦ ଡିଗ୍ରି ସେଲସିୟସ ଉପରେ ରହିଛି । ଟାଣ ଖରା ଓ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ପକ୍ଷରୁ ଖରା ଛୁଟିକୁ ବୃଦ୍ଧି କରିଛନ୍ତି ।

ତେବେ ଆଗକୁ ଯଦି ଏହିଭଳି ତାତି ଲାଗିରହେ ତେବେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି।