କରଣ ଜୋହର ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ବିଗ୍ ବଜେଟ୍ ହିନ୍ଦୀ ଚଳଚ୍ଚିତ୍ର ‘କଲଙ୍କ’ର ସୁଟିଂ ଆରମ୍ଭ ହୋଇଛି। ଚଳଚ୍ଚିତ୍ରର ନିର୍ଦେଶନା ଭାର ଅଭିଷେକ ବର୍ମନଙ୍କ ହାତରେ ଥିବାବେଳେ, ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ , ସୋନାକ୍ଷୀ ସିହ୍ନା ,ମାଧୁରୀ ଦିକ୍ଷିତ, ବରୁଣ ଧାୱନ , ଆଲିୟା ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ।
୨୦୧୯ଏପ୍ରିଲ ୧୯ତାରିଖରେ ‘କଲଙ୍କ’ ମୁକ୍ତିଲାଭ କରିବାର ଯୋଜନା ରହିଛି । ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ଏକ ଭିନ୍ନ ରୂପରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଦେଖିବାକୁ ବାକିରହିଲା ସେନେ ଦର୍ଶକ ଏହି ଚଳଚିତ୍ରକୁ କେତେ ପସନ୍ଦ କରୁଛନ୍ତି ।