ଭୁବନେଶ୍ୱର, ୧୮/୦୮ : ଜଙ୍ଗଲରୁ ଜବତ ହେଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ , ମାଫିଆ ଫେରାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ । ଅଡ଼ବା ପୁଲିସ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବିପୁଳ ମାତ୍ରାରେ ଗଚ୍ଛିତ ହୋଇ ରହିଥିବା ନେଇ ସୂଚନା ପାଇଥିଲା ।