ପ୍ରଧାନମନ୍ତ୍ରୀଙ୍କୁ ବିବାହ ନିମନ୍ତ୍ରଣ ଦେଲେ OYO ପ୍ରତିଷ୍ଠାତା ରିତେଶ

ନୂଆଦିଲ୍ଲୀ,୨୦/୨ : ହୋଟେଲ OYOର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବାହା ହେବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କ ମା’ ଓ ଭାବୀ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛନ୍ତି। ୨୯ ବର୍ଷୀୟ ଏହି ଯୁବ ଉଦ୍ୟୋଗୀ ଜଣଙ୍କ ଚଳିତ ବର୍ଷ ମାର୍ଚ୍ଚ ମାସରେ ବାହା ହେବେ। ସେ ଓଡ଼ିଶାରେ ଜନ୍ମିତ ।

ରିତେଶ ତାଙ୍କ ଇନଷ୍ଟାଗ୍ରାମରେ ମୋଦିଙ୍କ ସହ ଭେଟଘାଟ ବେଳର ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କ ମା’ ଓ ଭାବୀ ପତ୍ନୀ ରହିଛନ୍ତି। ସେ ଓ ତାଙ୍କ ଭାବୀ ପତ୍ନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଗୋଟିଏ ଫଟୋରେ ଦେଖିବାକୁ ମିଳିଛି। ସେହିପରି ରିତେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନ୍ଧରେ ଗୋଟିଏ ସାୱଲ ପକାଉଥିବା ଫଟୋ ସାମ୍ନାକୁ ଆସିଛି।

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ସହ ଆମେ ନୂଆ ସଂସାର ଆରମ୍ଭ କରିବାକୁ ଯାଉଛୁ। ସେ ଯେଉଁଭଳି ଭାବେ ଆଗକୁ ସ୍ୱାଗତ କଲେ ସେକଥାକୁ ମୁଁ ଶବ୍ଦରେ ବୟାନ କରିପାରିବି ନାହିଁ। ମହିଳା ସଶକ୍ତୀକରଣ ପାଇଁ ସବୁବେଳେ ପ୍ରେରଣା ଦେଉଥିବା ମୋ ମା’ ଓ ଏକ୍ସପ୍ରେସ(ଉତ୍ତର) ପ୍ରଦେଶର ଗୀତା ତାଙ୍କୁ ଭେଟି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।