ସତରେ ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସଭିଏଁ ମାନସିକ ଚାପରେ ରହୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମାନସିକ ଚାପକୁ କିଛି ମାତ୍ରାରେ ହାଲକା କରିବା ପାଇଁ ଗୁଆଡୋଙ୍ଗ୍ରେ ଆରମ୍ଭ ହୋଇଛି ଏକ ଅଜବ ଷ୍ଟୋର । ’ଦି ଓ୍ବାଇଟେଲିଟି ସିଟି ଇନ୍ ହୁୟଆନ୍ ସିଟି’ ନାମକ ସହରରେ ଥିବା ଏହି ଷ୍ଟୋରରେ ଏକ ପୋଡିୟମ୍ରେ ସୁନ୍ଦରୀ ଯୁବତୀମାନେ ଛିଡା ହୋଇଥାନ୍ତି। ୧୦ ଟଙ୍କା ଦେଲେ ସେମାନେ ୨୦ ମିନିଟ୍ ପାଇଁ ଯେକୌଣସି ଲୋକଙ୍କର ସର୍ଟଟର୍ମ ଦୁଃଖସୁଖର ସାଥୀ ପାଲଟନ୍ତି। ପ୍ରତିଦିନ ଏହି ଷ୍ଟୋରରେ ଦେଶବିଦେଶର ଅନେକ ପୁରୁଷ ଜମା ହୋଇଥାନ୍ତି। ଷ୍ଟୋର ମାଲିକ ବେଶ୍ ଭଲ ରୋଜଗାର କରୁଥିବା କୁହାଯାଉଛି ।