କେଉଁ ରେଷ୍ଟୁରାଣ୍ଟ୍‌ରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଦଳରେ ଖାଦ୍ୟ ମିଳେ ?ପଢନ୍ତୁ

ଏମିତି ତ ଦୁନିଆଁ ରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିବାକୁ ମିଳେ ।ଏହାରି ଭିତରେ ଲଣ୍ଡନରେ ଥିବା ଏକ ରେଷ୍ଟୁରାଣ୍ଟ୍‌ ବେଶ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଦଳରେ ଲୋକଙ୍କୁ ଖାଦ୍ୟ ଓ ପାନୀୟ ମିଳିଥାଏ। ଏହି ରେଷ୍ଟୁରାଣ୍ଟର ନାମ ହେଉଛି ‘ ଦ ରବିଶ କୈଫ୍‌’। ପ୍ରତିମାସରେ ଏହି ରେଷ୍ଟୁରାଣ୍ଟ ମାତ୍ର ଦୁଇ ଦିନ ପାଇଁ ଖୋଲିଥାଏ। ଏହାକୁ ଇ-କଭର ନାମକ ଏକ ସଂସ୍ଥା ଆରମ୍ଭ କରିଛି।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ଏହି ସଂସ୍ଥା କାର୍ଯ୍ୟ କରିଥାଏ। ଲୋକଙ୍କ ଘର ଘର ବୁଲି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କଷ୍ଟଦାୟକ। ତେଣୁ ସରକାରଙ୍କ ମିଳିତ ସହାୟତାରେ ସ୍ବଚ୍ଛ ଅଭିଯାନକୁ ଜାରି ରଖିଥିବା ଏହି ସଂସ୍ଥା ଏଭଳି ପଦକ୍ଷେପ ଗ୍ରହଣ କରିଛି। ମାସରେ ଦୁଇଦିନ ରେଷ୍ଟୁରାଣ୍ଟ ଆଗରେ ଗ୍ରାହକଙ୍କ ଭିଡ଼ ଜମିଥାଏ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଓଜନ କରାଯାଇ ଏହାର ମୂଲ୍ୟ ଅନୁସାରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥାଏ ।

SBI AD