ବ୍ୟାଙ୍କ ଖାତାକୁ ଆସୁଛି ଭତ୍ତା, ହେଲେ ଟଙ୍କା ଉଠାଇବାକୁ ଅସମର୍ଥ : ଦୁର୍ଦ୍ଦଶାରେ ବୃଦ୍ଧବୃଦ୍ଧା

ଭୁବନେଶ୍ୱର, ୦୭/୧୦ : ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧବୃଦ୍ଧା । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କଷାମାଲ ଗାଁର ଅନେକ ବୃଦ୍ଧବୃଦ୍ଧା ଦୀର୍ଘଦିନ ଧରି ଭତ୍ତା ପାଇଁ ହଇରାଣ ହେଉଥିବା ଅଭିଯୋଗ ହୋଇଛି । କେତେକ ହିତାଧିକାରୀଙ୍କୁ ମାସମାସ ଧରି ଭତ୍ତା ମିଳୁନି । ସବୁଠାରୁ ବଡ଼ ସମସ୍ୟା ହେଉଛି, ଦିବ୍ୟାଙ୍ଗ ଓ ଚାଲିବାକୁ ଅସମର୍ଥ ବୃଦ୍ଧବୃଦ୍ଧାଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ତ’ ଆସୁଛି । କିନ୍ତୁ ଟଙ୍କା ଉଠାଇବା ପାଇଁ ସେମାନେ ବ୍ୟାଙ୍କକୁ ଯିବେ କେମିତି?