ମୋଜା ଭିତରେ କଞ୍ଚା ପିଆଜ ରଖି ଶୁଅନ୍ତୁ, ଥଣ୍ଡା ଓ ଜ୍ୱରରୁ ମିଳିବ ମୁକ୍ତି

ସୋସିଆଲ ମିଡିଆରେ ଆଜିକାଲି ଅନେକ ପ୍ରକାରର ଘରୋଇ ଉପଚାର ଭାଇରାଲ ହେଉଛି । ଏହା ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଏକ ଅଜବ ଉପାୟ । ରାତିରେ ଶୋଇବା ପୂର୍ବରୁ କଞ୍ଚା ପିଆଜକୁ ଗୋଲ ଗୋଲ କାଟି ମୋଜା ଭିତରେ ରଖି ପିନ୍ଧିଲେ ଥଣ୍ଡା, ଜ୍ୱର ଏବଂ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିଥାଏ । ଏପରିକି ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ବୋଲି ମଧ୍ୟ କେତେକ ଲୋକ ଦାବି କରୁଛନ୍ତି । କିନ୍ତୁ ପ୍ରକୃତରେ ଏହି ଘରୋଇ ଉପଚାର କେତେ ଫଳପ୍ରଦ? ଏହା ପଛରେ କୌଣସି ବୈଜ୍ଞାନିକ ସତ୍ୟ ରହିଛି କି?

ପ୍ରଥମେ ଜାଣିବା ପିଆଜର ଉପକାରିତା ବିଷୟରେ । ପିଆଜ ଆମ ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏଥିରେ ଭିଟାମିନ୍ ସି, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଏହା ସହିତ ପିଆଜରେ କ୍ୱେରସେଟିନ୍ ନାମକ ଏକ ଉଦ୍ଭିଦଜାତ ଉପାଦାନ ମଧ୍ୟ ମିଳିଥାଏ । ଏହି ଉପାଦାନର ସମ୍ଭାବ୍ୟ ସ୍ୱାସ୍ଥ୍ୟ ଉପକାରିତା ଉପରେ ବିଭିନ୍ନ ଗବେଷଣା ହୋଇଛି । ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ପିଆଜ ଖାଇବା ଶରୀରକୁ କିଛି ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ଏହା ପାଚନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇପାରେ । କିନ୍ତୁ ପିଆଜ ଖାଇବାର ଉପକାରିତା ଏବଂ ପାଦରେ ପିଆଜ ରଖିବାର ଉପକାରିତା ଦୁଇଟି ଭିନ୍ନ କଥା ।

ବିଶେଷଜ୍ଞଙ୍କ ମତରେ, ପାଦରେ କଞ୍ଚା ପିଆଜ ରଖିଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ ବୋଲି କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ । ଆମ ଶରୀରରେ ଥିବା ଯକୃତ ଏବଂ ବୃକ୍‌କ ଭଳି ଅଙ୍ଗ ଶରୀରର ଅପଚୟ ପଦାର୍ଥକୁ ବାହାର କରିବାରେ ମୁଖ୍ୟ ଭୂମିକା ନିଅନ୍ତି । ଚର୍ମ ମାଧ୍ୟମରେ ପିଆଜ ଶରୀର ଭିତରୁ ବିଷାକ୍ତ ପଦାର୍ଥ ଟାଣି ନେଇପାରେ ବୋଲି ଦାବି କରାଯାଉଛି । ଅନେକ ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ଆସେ । ରାତିସାରା ମୋଜା ଭିତରେ ରଖିବା ପରେ ପିଆଜର ରଙ୍ଗ କାହିଁକି ବଦଳିଯାଏ? କେତେକ ଲୋକ ଏହାକୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିବାର ସଙ୍କେତ ବୋଲି ଭାବନ୍ତି । କିନ୍ତୁ ଏହାର ପ୍ରକୃତ କାରଣ ଅନ୍ୟ ହୋଇପାରେ ।

ଏବେ ଆସନ୍ତୁ ଜାଣିବା ଥଣ୍ଡା ଓ ଜ୍ୱର କ୍ଷେତ୍ରରେ ପିଆଜ କେତେ ଉପକାରୀ । ସାଧାରଣ ଥଣ୍ଡା ପ୍ରାୟତଃ ଭାଇରସ୍ ଯୋଗୁଁ ହୋଇଥାଏ । ଏହାର ଲକ୍ଷଣ ଭାବେ ନାକରୁ ପାଣି ବାହାରିବା, ଛିଙ୍କ ହେବା, ଗଳା ଦରଜ ଏବଂ କାଶ ଭଳି ସମସ୍ୟା ଦେଖାଦେଇପାରେ । ଅଧିକାଂଶ କ୍ଷେତ୍ରରେ କିଛି ଦିନ ମଧ୍ୟରେ ଏହା ଭଲ ହୋଇଯାଏ । ଥଣ୍ଡା ହେଲେ ପର୍ଯ୍ୟାପ୍ତ ବିଶ୍ରାମ ନେବା, ପାଣି ପିଇବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ଏହି ସମୟରେ ଗରମ ପିଆଜ ସୁପ୍ ପିଇଲେ ଶରୀରକୁ ପାଣି ଏବଂ କିଛି ପୋଷକ ତତ୍ତ୍ୱ ମିଳିପାରେ । ଏହା ଗଳାକୁ ଆରାମ ମଧ୍ୟ ଦେଇପାରେ । କିନ୍ତୁ ପିଆଜ ସୁପ୍ ପିଇଲେ ଥଣ୍ଡା ତୁରନ୍ତ ଭଲ ହୋଇଯାଏ ।

ସେହିପରି ଜ୍ୱର ହେଲେ ନିଜ ଇଚ୍ଛାରେ ଘରୋଇ ଉପଚାର ଉପରେ ନିର୍ଭର କରିବା ଉଚିତ୍ ନୁହେଁ । ଜ୍ୱର ଅଧିକ ହେଲେ, ଦୀର୍ଘ ସମୟ ଧରି ରହିଲେ କିମ୍ବା ଶରୀରରେ ଅନ୍ୟ ଗୁରୁତର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେଣୁ ମନେ ରଖନ୍ତୁ, ପିଆଜ ନିଶ୍ଚିତ ଭାବେ ଏକ ପୁଷ୍ଟିକର ଖାଦ୍ୟ । ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିପାରିବେ । କିନ୍ତୁ ମୋଜା ଭିତରେ ପିଆଜ ରଖି ଶୋଇଲେ ଥଣ୍ଡା, ଜ୍ୱର ଏବଂ ସଂକ୍ରମଣ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । କୌଣସି ଘରୋଇ ଉପଚାର କରିବା ପୂର୍ବରୁ ଏହାର ସତ୍ୟତା ଜାଣିବା ଜରୁରୀ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘରୋଇ ଉପଚାର ଉପରେ ଭରସା କରି ଠିକ୍ ସମୟରେ ଚିକିତ୍ସା ନେବାରେ ବିଳମ୍ବ କରନ୍ତୁ ନାହିଁ । ସୁସ୍ଥ ରହିବା ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ଉପାୟ ।