ଭୁବନେଶ୍ୱର, ୧୩/୦୨ : ଆସନ୍ତା ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍ ଗୁଡିକୁ ପ୍ରଶ୍ନପତ୍ର ପଠାଯିବ । ଆଜି ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ । ୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି ରୁଟରେ ପ୍ରଶ୍ନପତ୍ର ପଠାଯିବ । ଚଳିତ ବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି । ଯୁକ୍ତ ୨ରେ ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ଦିନ ସକାଳ ୮ଟା ୩୦ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍ ସୁପରଭାଇଜର ଗୁରୁତ୍ବ ଦେବେ । ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ପୋଲିସକୁ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଆଇ ନଜରରେ ରହିବ ପ୍ରଶ୍ନପତ୍ର।