ନୂଆଦିଲ୍ଲୀ, ୦୩/୧୦ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ନିଜ ଅଧିକାର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢ଼େଇ କରୁଥିବା ଲୋକଙ୍କ ସ୍ୱରକୁ ଏକାଠି କରିବା ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ, ଦେଶରେ ଅନେକ ଲୋକ ନିଜ ଅଧିକାର ପାଇଁ ଏକାକୀ ସଂଘର୍ଷ କରୁଛନ୍ତି । ଜେନ୍-ଜି, ଛାତ୍ରଛାତ୍ରୀ, କୃଷକ, ଆଦିବାସୀ, ଦଳିତ ଓ ମହିଳାଙ୍କ ନିଜସ୍ୱ ସଂଘର୍ଷର କାହାଣୀ ରହିଛି। ତେବେ ଏକାକୀ ଉଠୁଥିବା ସ୍ୱର ଅନେକ ସମୟରେ ଚାପି ଯାଉଥିବା ସେ ଦାବି କରିଛନ୍ତି ।