ଭାବବିହ୍ବଳ ହୋଇ କହିଲେ ବିନା ଦ୍ବିଧାରେ ଛାଡ଼ି ଦେବି ଘର : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଛାଡ଼ିକୁ ନୋଟିସ୍ ଲାଗିଛି । ଆସନ୍ତା ଏପ୍ରିଲ ୨୨ ତାରିଖ ସୁଧା ଘର ଖାଲି କରିବାକୁ ସଂସଦ ହାଉସିଂ କମିଟି ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଭାବବିହ୍ବଳ ହୋଇଛନ୍ତି ରାହୁଲ ଗାନ୍ଧି । ଚିଠି ପାଇବା ପରେ କମିଟି ନିର୍ଦ୍ଦେଶକୁ ପାଳନ କରିବି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ରାହୁଲ ଗାନ୍ଧି ସଂସଦ ହାଉସିଂ କମିଟି ଚିଠିର ଭାବପ୍ରବଣ ହୋଇ ଉତ୍ତର ଦେଇ ଦେଖିଛନ୍ତି । ଗତ ୪ଟି ସଂସଦ କାର୍ଯ୍ୟକାଳରେ ଲୋକସଭା ସାଂସଦ ଭାବେ ଦାୟିତ୍ବ ସହିତ ଲୋକଙ୍କ ଦାବି ପୂରଣ ପାଇଁ ଏଠାରେ ସମୟ ଅତିବାହିତ କରିବା ବେଳେ କିଛି ଅମୂଲ୍ୟ ସ୍ମୃତି ରହିଛି । କମିଟିର ନିର୍ଦ୍ଦେଶ ଅନୁଯାୟୀ, ବିନା କୌଣସି ଦ୍ବିଧାରେ ସରକାରୀ ବଙ୍ଗଳାକୁ ଖାଲି କରିଦେବି ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ସେପଟେ ରାହୁଲ ଗାନ୍ଧିଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ୍ ପରେ ଲୋକସଭାରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଅର୍ଜୁନ ଖଡଗେ । ରାହୁଲ ସରକାରୀ ବଙ୍ଗଳା ଖାଲି କରିବା ପରେ ନିଜ ମା’ ସୋନିଆ ଗାନ୍ଧିଙ୍କ ଜନପଥ ରୋଡରେ ଥିବା ବାସଭବନରେ ରହିବେ ବୋଲି କହିଛନ୍ତି । ରାହୁଲ ଗାନ୍ଧି ମା’ଙ୍କ ଘରେ ରହି ଦେଶବାସୀଙ୍କ ପାଇଁ ସମସ୍ତ କାମ କରିପାରିବେ । ତାଙ୍କ ସମସ୍ତ ବ୍ୟବସ୍ଥା କରାଯିବ । ଲୋକତନ୍ତ୍ର ପାଇଁ ରାହୁଲ ଗାନ୍ଧିଙ୍କ ଭଳି ରାଜନେତା ବିନ ଘରରେ ୪ରୁ ୫ମାସ ବିତାଇଛନ୍ତି । ମୋତେ ବି ସରକାରୀ ଘର ୬ମାସ ପରେ ମିଳିଛି । କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ନିନ୍ଦା କରୁଛି ବୋଲି ଖଡଗେ କହିଛନ୍ତି ।