ରାକ୍ଷୀ ସାୱନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ: ଏବେ ଏହି ସମସ୍ୟାରେ ଫସିଗଲେ ଡ୍ରାମା କୁଇନ୍

0

ମୁମ୍ବାଇ: ନିକଟରେ ଆଦିଲ ଖାନ ଦୁରାନୀଙ୍କୁ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣି ଥରେ ସମସ୍ୟାରେପଡ଼ିଛନ୍ତି । ମୁମ୍ବାଇ ପୋଲିସ ବଲିଉଡର ‘ଡ୍ରାମା କୁଇନ୍’ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି ଏବଂ ପଚରାଉଚରା ଚାଲିଛି । ରାକ୍ଷୀ ସାୱନ୍ତ କିଛି ସମୟ ପୂର୍ବରୁ ମଡେଲ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ପ୍ରଚାର କରିଥିବା ଅଭିଯୋଗ ହୋଇଛି ।

ତେବେ ଶର୍ଲିନ ଚୋପ୍ରା ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସହିତ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ରାକ୍ଷୀ ସାୱନ୍ତଙ୍କ ଉପରେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଶର୍ଲିନ ରାକ୍ଷୀଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ। ଯାହାକୁ ଆଧାର କରି ମୁମ୍ବାଇର ଅମ୍ବୋଲି ପୋଲିସ ଏହି ମାମଲାରେ ରାକ୍ଷୀଙ୍କୁ ଗିରଫ କରିଛି।

ସର୍ବଶେଷ ଟ୍ୱିଟରେ ଏହି ପୋଷ୍ଟକୁ ଶେର୍ଲିନ୍ ଚୋପ୍ରା ଲେଖିଛନ୍ତି ଯେ ‘ବ୍ରେକିଙ୍ଗ୍ ନ୍ୟୁଜ୍ !!! ଏଫଆଇଆର ପରେ ଆମ୍ବୋଲି ପୋଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି । ଗତକାଲି ମୁମ୍ବାଇ ସେସନ କୋର୍ଟ ଦ୍ୱାରା ରାକ୍ଷୀ ସାୱନ୍ତଙ୍କ ABA 1870/2022 ଖାରଜ ହୋଇଥିଲା । ଏହାପୂର୍ବରୁ ଶେର୍ଲିନ୍ ଚୋପ୍ରା ଓ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଏକ ଝଗଡା ଦେଖିବାକୁ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ଝଗଡା ବେଳେ ରାକ୍ଷୀ ସାୱନ୍ତ ମଧ୍ୟ ପାପାରାଜି ସାମ୍ନାରେ ଶେର୍ଲିନଙ୍କ ଏକ ବ୍ୟକ୍ତିଗତ ଭିଡିଓ ଦେଖାଇଥିଲେ । ଏହା ପରେ ଶେର୍ଲିନ୍ ରାକ୍ଷୀଙ୍କ ବିରୋଧରେ ପୋଲିସ ପାଖରେ ପହଞ୍ଚିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାକ୍ଷୀ ସାୱନ୍ତ (Rakhi Sawat) ବହୁତ ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି । ନିକଟ ଅତୀତରେ ତାଙ୍କର ମିସକ୍ୟାରେଜ (Rakhi Sawant Miscarriage) ହୋଇଛି, ଯେଉଁଥିପାଇଁ ସେ ବହୁତ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ଫୋନରେ ଏକ ମିଡିଆ ହାଉସ୍ ସହିତ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ସାୱନ୍ତ (Rakhi Sawat) ନିଜେ ସ୍ୱୀକାର କରିଛନ୍ତି ଯେ, ସେ ମା’ ହେବାକୁ ଯାଉଥିଲେ । ରାକ୍ଷୀ ସାୱନ୍ତ (Rakhi Sawat) ପୂର୍ବରୁ ସମସ୍ତଙ୍କ ସହ ଭଲ ଖବର ସେୟାର କରୁଥିଲେ । ତାଙ୍କ ଖୁସି ଦୁଃଖରେ ପରିଣତ ହୋଇଛି ।

SBI AD
Leave A Reply

Your email address will not be published.