ମେଷ: ଆପଣଙ୍କ ଜୀବନରେ ସୁଖଦ ସ˚ପର୍କ ଆରମ୍ଭ ହେବ । ଚାକିରି ବୃତ୍ତିରେ କିଛି ଭଲ ହୋଇପାରେ । ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
ବୃଷ: ଯେଉଁ କାମ କରିବାକୁ ଚାହିିବେ ବିନା ବାଧାରେ ସ˚ପନ୍ନ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ତାଳମେଳ ବଜାୟ ରହିବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ମିଥୁନ: ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆପଣଙ୍କର ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ମିଳିବ। ବ୍ୟବସାୟରେ ବିକ୍ରି ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
କର୍କଟ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ସି˚ହ: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ସୁସମ୍ବାଦ ପାଇବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
କନ୍ୟା: ସଫଳତା ପାଇବାର ଦିନଟିଏ। ଜରୁରୀ କାମ ସମାପ୍ତ କରିବା ଯୋଗୁ ଆଶ୍ବସ୍ତ ଅନୁଭବ କରିବେ। ଧନ ମାମଲାରେ ସ୍ଥିତି ଉତ୍ତମ ରହିବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
ତୁଳା: ଠିକ୍ ଦିଗରେ କାମ କରି ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ବିଛା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିବେ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ପାଇବେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
ଧନୁ: ପୁରୁଣା ବିଷୟକୁ ନେଇ ମାନସ ମନ୍ଥନରେ ସମୟ ବିତିବ। ଗମ୍ଭୀର ମାମଲାକୁ ଶାନ୍ତି ଓ ଧୈର୍ଯ୍ୟ ଧରି ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।
ମକର: ମନରେ ଲାଗି ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
କୁମ୍ଭ: ଧର୍ମକାର୍ଯ୍ୟରେ ସମୟ ବିତିପାରେ। ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବା ହେତୁ ଭବିଷ୍ୟତରେ ଲାଭ ମିଳିବ। ନିକଟସ୍ଥ ସହରକୁ ଯାତ୍ରା କରିପାରନ୍ତି। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ମୀନ: ଭାଗ୍ୟର ପୂରା ସହଯୋଗ ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାରେ ଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।