ମେଷ : ପ୍ରିୟଭାଷୀ ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ।
ବୃଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।
ମିଥୁନ : ଉଚ୍ଚ ପଦ-ପଦବୀରେ ମଣ୍ଡିତ ହେବେ। ଉନ୍ନୟନ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।
କର୍କଟ : ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ନେଇ ପ୍ରତିଟି ଜାଗାରେ ଚର୍ଚ୍ଚା ହେବ।
ସି˚ହ : ପ୍ରଭୁଙ୍କ ଆରାଧନାରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ଜନପ୍ରିୟ ହେବେ।
କନ୍ୟା : ଧନଲାଭର ସୁଯୋଗ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ। ହଜିଥିବା ଦ୍ରବ୍ୟ ମିଳିପାରେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।
ତୁଳା : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ । ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।
ବିଛା : ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ପ୍ରିୟଜନଙ୍କ ମିଳନ ହେବ। କୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ ସହ ଏହାର ସଦ୍ବ୍ୟବହାର କରି ଜନତାଙ୍କର ପ୍ରିୟପାତ୍ର ହେବେ। ପ୍ରବଚନ ଶୁଣିବାକୁ ଇଚ୍ଛା କରିବେ।
ଧନୁ : ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଧନଲାଭର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଯାନବାହନରେ ସତର୍କତା ଆବଶ୍ୟକ।
ମକର : ଆଶା କରୁଥିବା ସୁବିଧା ସୁଯୋଗ ପୁଣି ହାତକୁ ଆସିବ। ପରୋପକାରୀ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। କଲେଜ ସାଙ୍ଗ ସହିତ ଗପସପରେ ସମୟ ବିତିବ।
କୁମ୍ଭ : ମାନସିକ ସ୍ତରରେ ଶାନ୍ତି ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ଶତ୍ରୁକୁ ପରାଜିତ କରିବେ। ଋଣ ପରିଶୋଧ କରିବେ।
ମୀନ : ଅର୍ଥ ପ୍ରାପ୍ତର ଅପୂର୍ବ ସୁଯୋଗ ଜୁଟିଛି। ସୁସମାଚାର ପାଇ ଉତ୍ଫୁଲ୍ଲିତ ହେବେ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସଙ୍ଗୀତ ଶୁଣିବାକୁ ମନ ବଳିବ।