ଅନେକ ତୁମ୍ଭୀ ତୋଫନ ପରେ ରତ୍ନ ଭଣ୍ଡାର ଚାବି ମିଳିଥିବା କଥା ଜିଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଜିଲା ରେକର୍ଡରୁମର ଲକରରେ ଥିବା ଏକ ଲଫାପାରୁ ଏହି ଚାବି ମିଳିଥିବା କଥା ବୁଧବାର ସନ୍ଧ୍ୟାରେ ଜିଲାପାଳ ସୂଚନା ଦେଇଛନ୍ତି ।
ମରାମତି ଦୃଷ୍ଟିରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ବଡ଼ ବଡ଼ ଲୁହା ତାଲା ର ଚାବି ନ ମିଳିବା ନେଇ ଦିନକୁ ଦିନ ଦ୍ଵନ୍ଦ ବଢିବା ସହିତ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ବଦଳି ସାରିଲେଣି । ବର୍ତମାନ ଏତେ ସବୁ ଘଟିଲା ପରେ ରାମଞ୍ଚକ ଭାବରେ ଚାବି ଏକ ଲଫାପାରୁ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ, ମନରେ ଏକ ପ୍ରକାର ସନ୍ଦେହରେ ବାତାବରଣ ସୃଷ୍ଟି କରୁଛି ।
Prev Post