ରୋଟାରୀ କଳିଙ୍ଗ ସମ୍ମାନ–୨୦୨୬” ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର, ୨୨/୦୫ : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ଆୟୋଜିତ ପ୍ରତିଷ୍ଠିତ“ ରୋଟାରୀ କଳିଙ୍ଗ ସମ୍ମାନ ୨୦୨୬” ପୁରସ୍କାର ପ୍ରଦାନ ଉତ୍ସବ ଗତ ୨୧ ତାରିଖ ସନ୍ଧ୍ୟା ୬.୩୦ରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା।ଓଡ଼ିଶାର ବିଭିନ୍ନ କ୍ଷେତ୍ରର ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଆୟୋଜନ କରାଯାଇଥିଲା। ଏହି ଗରିମାମୟ କାର୍ଯ୍ୟକ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ୍ଡିଷ୍ଟ୍ରିକ୍ଟ–୩୨୬୨ର ଜିଲ୍ଲା ଗଭର୍ଣ୍ଣର (୨୦୨୫–୨୬) ରୋଟାରିୟନ ମନୋଜ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଏବଂ ଶ୍ରୀ ଅନିଲ କୁମାର ସାମଲ, ଆଇ.ଏ.ଏସ୍. (ଅବ.), ଜିଲ୍ଲା ଗଭର୍ଣ୍ଣର (୨୦୨୬–୨୭) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବର୍ଷର ରୋଟାରୀ କଳିଙ୍ଗ ସମ୍ମାନ–୨୦୨୬ ନିମ୍ନଲିଖିତ ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥିଲା । ସେହି ୩ ଜଣ ବିଶିଷ୍ଟ ବ୍ୟକ୍ତି ହେଲେ ସମାଜ ସେବା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଶ୍ରୀ ପଦ୍ମ ଚରଣ ନାୟକ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ଡା. ଅକ୍ଷୟ କୁମାର ମିଶ୍ର, କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ପାଇଁ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ।

କାର୍ଯ୍ୟକ୍ରମର ଆରମ୍ଭରେ ଅଦୃତା ଶିଶୁ ଗୃହର ଶିଶୁମାନଙ୍କ ଦ୍ୱାରା ମନୋମୁଗ୍ଧକର ଓଡ଼ିଶୀନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ପରବର୍ତ୍ତୀ ସମୟରେ ଅତିଥିମାନଙ୍କର ଉଦବୋଧନ , ପୁରସ୍କାର ପ୍ରଦାନ ଉତ୍ସବ ଏବଂ ସଙ୍ଗୀତ ମୟ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ ଅତିଥି, ରୋଟାରିୟନ୍ଓ ଆମନ୍ତ୍ରିତମାନଙ୍କ ପାଇଁ ସାମ୍ମିଳନୀ ଭୋଜନର ବ୍ୟବସ୍ଥା ରହିଥିଲା। ମୁଖ୍ୟ ଅତିଥି ରୋଟାରିୟନ ମନୋଜ କୁମାର ତ୍ରିପାଠୀତାଙ୍କ ଉଦବୋଧନରେ କହିଥିଲେ ଯେ, ସମାଜରେ ନିରବଚ୍ଛିନ୍ନ ଭାବେ ଅସାଧାରଣ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବାରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।ଏହା ରୋଟାରୀର “Service Above Self” ମୂଲ୍ୟବୋଧର ସୁନ୍ଦର ପ୍ରତିଫଳନ। ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗର ଅଧ୍ୟକ୍ଷଡା. ମନୋ ରଞ୍ଜନ ପୁଥାଲ କହିଥିଲେ ଯେ, କଳିଙ୍ଗ ସମ୍ମାନ ମାଧ୍ୟମରେ ସେହି ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଉଛି । ଯେଉଁମାନଙ୍କର କାର୍ଯ୍ୟ ସମାଜକୁ ପ୍ରେରଣା ଦେଇଛି ଏବଂ ଆଗାମୀପିଢ଼ୀ ପାଇଁ ଆଦର୍ଶ ସୃଷ୍ଟି କରିଛି। ସେ କ୍ଲବର ପକ୍ଷରୁ ସମାଜସେବା, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ସଦାପ୍ରୋତ୍ସାହିତ କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଲବର ଅଧ୍ୟକ୍ଷଡା. ମନୋ ରଞ୍ଜନ ପୁଥାଲ, ସଚିବ ଡା. ଆଦର୍ଶ ରଥ ଏବଂ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରାଧାମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜନ କରାଯାଇଥିଲା। ରୋଟାରୀ କଳିଙ୍ଗ ସମ୍ମାନ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ସମାଜ ପ୍ରତି ଅସାଧାରଣ ଅବଦାନକୁ ସ୍ୱୀକୃତି ଦେବା ସହିତ ସମାଜକୁ ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରେରିତ କରୁଥିବା ଏକ ଗରିମାମୟ ପ୍ଲାଟଫର୍ମ ଭାବେ ପରିଚିତ ହୋଇ ଉଠିଛି।