ନୂଆଦିଲ୍ଲୀ,୧୭/୧ : ଭାରତୀୟ ଟୁହୁଇଲର ବଜାରରେ ଏଣ୍ଟ୍ରି ମାରିଲା ରୟାଲ ଏନ୍ଫିଲ୍ଡ ସୁପର ମିଟିଅର ୬୫୦(Royal Enfield Super Meteor 650)। ଆଜି ଠାରୁ ଏହି ବାଇକ୍ ବିକ୍ରି ହେବା ଆରମ୍ଭ ହୋଇଛି। ଯାହାର ଏକ୍ସ ଶୋ ରୁମ ମୂଲ୍ୟ ୩.୪୯ ଲକ୍ଷ ରହିଛି । ସୁପର ମିଟିଅର ୬୫୦ ଏପର୍ଯ୍ୟନ୍ତ ରୟାଲ ଏନ୍ଫିଲ୍ଡର ସବୁଠାରୁ ଦାମି ଓ ଅଧିକ ସୁବିଧା ଦିଆଯାଇଥିବା ଟୁ-ହୁଇଲର। ୬୫୦ ଟ୍ୱିନ ପ୍ଲାଟଫର୍ମରେ ସୁପର ମିଟିଅର ତୃତୀୟ ମଡେଲ । ଏଥିରେ ଅନେକ ନୂଆ ଫିଚର ଦିଆଯାଇଛି। ଟିୟର ସେପ୍ ଫୁଏଲ ଟ୍ୟାଙ୍କ ସହ ପ୍ରଥମ ଥର ପାଇଁ ସାରକୁଲାର ଏଲ୍ଇଡି ଲାଇଟ୍ ଦିଆଯାଇଛି।

ମେଟିଅର ୬୫୦ ମିଟିଅର ୩୫୦ ଡିଜାଇନ ଭଳି ଦେଖାଯାଉଥିଲେ ବି ଏଥିରେ ନୂଆ ଫିଚର ଦିଆଯାଇଛି। ଆଲୁମିନିୟମ ସ୍ୱିଚ୍ କବ୍ସ, ୬୪୮ ସିସି ପାରେଲ-ଟ୍ୱିନ/ ଏୟାର କୁଲେଡ୍ ଇଞ୍ଜିନ ୬ ସ୍ପିଡ୍ ଗିଅର ବକ୍ସ ରହିଛି। ୭,୨୫୦ ଆର୍ପିଏମ୍ରେ ୪୭ଭିଏଚ୍ପି ଥିବା ବେଳେ ୫,୬୫୦ ଆର୍ପିଏମ୍ ଉପରେ ୫୨.୩ ଏନ୍ଏମ୍ ଆଉଟପୁଟ ଦେଉଛି। ନୂଆ Royal Enfield Super Meteor 650 ରେ ୧୨୦ ଏମ୍ଏମ୍ ଟ୍ରାଭେଲ ଅଫ୍ ଫ୍ରଣ୍ଟ ସହ ୪୩ ମିମି ଅପ୍ସାଇ଼୍ ଡାଉନ୍ ଫୋର୍କ୍ସ ଦିଆଯାଉଛି। ୧୦୧ ଏମ୍ଏମ୍ ଟ୍ରାଭେଲ ସହ ରିୟର ସାଇଟ୍ରେ ଦୁଇ ସକ୍ ଅବ୍ଜରବର ମଧ୍ୟ ଦିଆଯାଇଛି। ସାମ୍ନାରେ ୧୯ ଇଞ୍ଚ୍ ଓ ରିୟରେ ୧୬ ଇଞ୍ଚ୍ ଚକ ଦିଆଯାଇଛି। ଏଥିସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଇଛି।