ନୂଆଦିଲ୍ଳୀ,୧୭/୧: ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତକାର କରିଛନ୍ତି। ସୋମବାର ନାବାନ୍ନାସ୍ଥିତ ମମତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି ଗାଙ୍ଗୁଲି। ଉଭୟଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲା। ତେବେ କେଉଁ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀ ଗାଙ୍ଗୁଲିଙ୍କୁ ଦେଖା କରିବାକୁ କହିଥିଲେ।
ଗତ ବର୍ଷ ସୌରଭ ଗାଙ୍ଗୁଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ନିଜ ବାସଭବନରେ ଡିନର କରିଥିଲେ। ଯାହାପରେ ସୌରଭଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଏହି ସମୟରେ ଗାଙ୍ଗୁଲି କହିଥିଲେ ଯେ ସେ ଅମିତ ଶାହଙ୍କୁ ୨୦୦୮ରୁ ଅମିତ ଶାହଙ୍କୁ ଜାଣିଛନ୍ତି। ଆଉ ଏବେ ମମତାଙ୍କ ସହ ସାକ୍ଷାତକାର ପ୍ରଶ୍ନରେ ସେ କହିଥିଲେ ଯେ ମମତାଙ୍କ ଅତି ନିକଟତର।
ସୂଚନାଯୋଗ୍ୟ, ଜୁନ୍ ୨୦୨୨ ରେ ସୌରଭ ଗାଙ୍ଗୁଲି ଏକ ଚର୍ଚ୍ଚିତ ପୋଷ୍ଟ କରିଥିଲେ। ଏଥିରେ ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ନେଇ କହିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଏବଂ ତାଙ୍କର ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ବଢ଼ିଥିଲା। କିନ୍ତୁ ଗାଙ୍ଗୁଲି କହିଥିଲେ ସେ ଏକ ଏଜୁକେସନ ଆପ୍ ଲଞ୍ଚ କରିବାକୁ ଯୋଜନା ରଖିଛନ୍ତି।