ଶନିବାର ଦିନ ଶନିଙ୍କ ଉପବାସ ରଖିବା ସହ ମନ୍ଦିରକୁ ଯାଇ ସୋରିଷ ତେଲରେ ଦୀପ ଲଗାନ୍ତୁ। ଅଶ୍ବତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ସୋରିଷ ତେଲରେ ଦୀପ ଲଗାନ୍ତୁ।
ଘରର ବଗିଚାରେ ଶମି ବୃକ୍ଷ ଲଗାନ୍ତୁ ଓ ପୂଜା କରନ୍ତୁ। ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର କରିବା ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।
ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ନିଜ ମାତାପିତାଙ୍କ ସର୍ବଦା ସମ୍ମାନ ଓ ସେବା କରନ୍ତୁ।
ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ।
ଶନିବାର ଦିନ ଯେକୌଣସି ଲୁହା ବାସନରେ ସୋରିଷ ତେଲ ଭର୍ତ୍ତି କରି ନିଜ ମୁହଁ ସେଥିରେ ଦେଖନ୍ତୁ। ଏହାପରେ ସେହି ବାସନ ସହ ତେଲକୁ ଯେକୌଣସି ଅସହାୟଙ୍କୁ ଦାନ କରନ୍ତୁ। ଦାନ ଗ୍ରହଣ କରୁଥିବା ବ୍ୟକ୍ତି ବୟସରେ ବଡ଼ ହୋଇଥିଲେ ଖୁବ ଉତ୍ତମ।
ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ।
ଶୁକ୍ରବାର ରାତିରେ ୧ କିଲୋରୁ ଅଧିକ ଚଣାକୁ ପାଣିରେ ବତୁରାଇ ରଖନ୍ତୁ। ଶନିବାର ଦିନ ସେହି ଚଣାକୁ କଳା ରଙ୍ଗର କପଡ଼ା, କିଛି କୋଇଲା, ଅଳ୍ପ ସିନ୍ଦୂର, ଗୋଟିଏ ଟଙ୍କା ରଖି ଏହାକୁ ନଦୀରେ ଭସାଇ ଦିଅନ୍ତୁ। ଏପରି ଲଗାତର ଆଠଟି ଶନିବାର କରନ୍ତୁ।
ଶନିଦେବଙ୍କ ଯେକୌଣସି ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତେଲାଭିଷେକ କରନ୍ତୁ।
ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଲିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶନି ଶାନ୍ତ ରୁହନ୍ତି ଓ ଭଗବାନଙ୍କ ବିଶେଷ କୃପା ମିଳେ।
ପ୍ରତ୍ୟେକ ଶନିବାର କିମ୍ବା ମାସକୁ ଥରେ ଘରେ ସୁନ୍ଦରାକାଣ୍ଡର ପାଠ ନିଶ୍ଚୟ କରାନ୍ତୁ।
