ଭୁବନେଶ୍ୱର,୮/୧୧ : (ଓଡିଶା ଖବର) – ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ପ୍ରଶିକ୍ଷଣ ନେଉଥିବା ପାହାଳସ୍ଥିତ କେନ୍ଦ୍ର ଦ୍ୱାରା ପ୍ରାୟ ୭୦ ଜଣ ପ୍ରଶିକ୍ଷାର୍ଥୀ ଆଜି ସକାଳୁ ମୁକ୍ତେଶ୍ୱର ମନ୍ଦିର ନିକଟ ରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ | ସେମାନଙ୍କୁ ଗାଇଡ଼ଙ୍କ ଦ୍ୱାରା ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟ ସମ୍ମ୍ବଦ୍ଧିୟ ସୂଚନା ପ୍ରଦାନ କରାଯିବା ସହିତ ଆଗାମୀ ପିଢ଼ିଙ୍କୁ ଆମ ଐତିହ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା | ଏହାପରେ ପ୍ରଶିକ୍ଷାର୍ଥୀମାନେ ଏକ ରାଲିରେ ପ୍ଲାକାର୍ଡ ମାଧ୍ୟମରେ ସାଇବରଠକେଇରୁ ରକ୍ଷା ପାଇବା ନିମିତ୍ତ ଭାରତ ସରକାରଙ୍କ ସମେତ ରାଜ୍ୟ ପୋଲିସ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇ ଥିଲେ |
ଷ୍ଟେଟବ୍ୟାଙ୍କ ଭୁବନେଶ୍ୱରମଣ୍ଡଳର ଚଳିତ ବିତ୍ତ ଵର୍ଷରେ ନୂତନ ଭାବେ ଯୋଗ ଦେଇଥିବା କନିଷ୍ଠ ସହାୟକ (ଜୁନିଅର ଆସୋସିଏଟ )ବର୍ଗର ୩୦୦ ଜଣଙ୍କ ମଧ୍ଯରୁ ୪୮ ଜଣ ଓ ସଦ୍ୟ ପଦୋର୍ଣ୍ଣତ୍ତୀ ପାଇଥିବା ୨୫ ଜଣ ପ୍ରଶିକ୍ଷିୟୁ ଅଧିକାରୀ (Trainee officer) ମାନେ ପର୍ଶୁରାମେଶ୍ଶ୍ୱର, ମୁକ୍ତେଶ୍ୱର, କେଦାରଗୌରୀ ,କୋଟି ତୀର୍ଥ ମାର୍ଗ ଦେଇ ବିନ୍ଦୁସାଗର , ଅନନ୍ତ ବାସୁଦେବ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମ୍ମୁଖସ୍ଥ ଦେବିପାଦହରା ପୁଷ୍କରିଣୀ ନିକଟରେ ଯାତ୍ରା ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍, ପାହଳ ସ୍ଥିତ କର୍ମଚାରୀ ପ୍ରସିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ନେତୃତ୍ୱରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଅଶ୍ୱିନି କୁମାର ସାହୁ, ଶରତ ମେହେର, ନବୀନ ପଟନାୟକ ଓ ବିଶ୍ୱ ରଞ୍ଜନ ଭୋଇଙ୍କ ସମେତ ପ୍ରଶିକ୍ଷଣ କେନ୍ଦ୍ର ର ସଦସ୍ୟମାନେ ସହଯୋଗ କରିଥଲେ।
ଉକ୍ତ କାର୍ଯକ୍ରମରେ ଶ୍ରୀ କିଶୋର ଚନ୍ଦ୍ର ଦାଶ, ସହାୟକ ମହାପ୍ରବନ୍ଧକ,ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ତରଫରୁ ଯୋଗ ଦେଇ ଯୁବ ପ୍ରାଶିକ୍ଷାର୍ଥୀଙ୍କୁ ପରିବେଶ ଓ ଐତିହକୀର୍ତ୍ତିରାଜିର ସୁରକ୍ଷା ତଥା ସାଇବର ଠକେଇ ରୋକିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ଉପଯୁକ୍ତ ବିନିଯୋଗ କରି ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ନିମନ୍ତେ ପରାମର୍ଶ ଦେଇଥିଲେ।