ଭଗବାନ ଶିବଙ୍କ ସ୍ୱରୂପ ‘ଭଦଭଦଳିଆ’ ପକ୍ଷୀ : ଦେଖିଲେ ହୁଏ ଧନ ଲାଭ, ରହିଛି ଧାର୍ମିକ ବିଶ୍ୱାସ

ବିଶ୍ୱରେ ଏମିତି ଅନେକ ପକ୍ଷୀ ଅଛନ୍ତି ଯେଉଁମାନେ ମାନବଙ୍କ ଧାର୍ମିକ ଆସ୍ଥାର ପ୍ରତୀକ। ଭାରତରେ ଅନେକ ପକ୍ଷୀଙ୍କୁ ଭଗବାନଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଏ । ଏମିତି ଏକ ପକ୍ଷୀକୁ ଭଗବାନ ଶିବଙ୍କ ସ୍ୱରୂପ ଭାବେ ପୂଜା କରାଯାଏ । ଏହି ପକ୍ଷୀର ନାଁ ହେଲା ନୀଳକଣ୍ଠ ବା ଭଦଭଦଳିଆ ପକ୍ଷୀ ।

ନୀଳକଣ୍ଠ ବା ଭଦଭଦଳିଆ ସମେତ ଏସିଆର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହାର ବଂଶଧର ୟୁରୋପୀୟ ରୋଲର ମଧ୍ୟ ଏସିଆ ଓ ମରକ୍କୋରେ ଦେଖିବାକୁ ମିଳେ। ଏହି ପକ୍ଷୀଟି ଦେଖିବାକୁ ବହୁତ ସୁନ୍ଦର। ଭାରତୀୟ ଧାର୍ମିକ ଆସ୍ଥାରେ ନୀଳକଣ୍ଠ ପକ୍ଷୀର ଏକ ମୁଖ୍ୟ ଭୂମିକା ରହିଛି। ପକ୍ଷୀକୁ ନେଇ ଅନେକ ବିଶ୍ୱାସ ରହିଛି।

ଭଗବାନ ଶିବଙ୍କ ନାଁ ଅନୁଯାୟୀ ପକ୍ଷୀର ନାଁ ନୀଳକଣ୍ଠ। ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ କଳସ ବାହାରିଥିଲା, ଭଗବାନ ଶିବ ସୃଷ୍ଟିକୁ ରକ୍ଷା କରିବାକୁ ଏହି ବିଷ ପାନ କରିଥିଲେ। ବିଷ ପାନ ପରେ ତାଙ୍କ ଗଳା ନୀଳ ପଡିଯାଇଥିଲା। ସେଥିପାଇଁ ଭଗବାନ ଶିବଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ। ନୀଳ ରଙ୍ଗ ହୋଇଥିବାରୁ ଏହି ପକ୍ଷୀକୁ ମଧ୍ୟ ଭଗବାନ ଶିବଙ୍କ ସ୍ୱରୂପ କୁହାଯାଏ।

ଏହି ପକ୍ଷୀର ଲମ୍ବ ୨୫ ରୁ ୨୭ ସେଣ୍ଟିମିଟର। ଏହାକୁ କୃଷକଙ୍କ ରକ୍ଷକ ବୋଲି ମଧ୍ୟ କୁହାଯାଏ। କାରଣ ଫସଲରେ ହେଉଥିବା ପୋକକୁ ଖାଇ ଏହି ପକ୍ଷୀ ଫସଲକୁ କୀଟମୁକ୍ତ କରିଥାଏ। ନୀଳକଣ୍ଠ ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଲାଣି। ସେଥିପାଇଁ ବର୍ତ୍ତମାନ ଏହି ପକ୍ଷୀ ଆଉ ଅଧିକ ନଜର ଆସୁନାହାନ୍ତି।