ନୂଆଦିଲ୍ଲୀ, ୧୪/୦୫ : ଉତ୍ତରପ୍ରଦେଶରେ ଭୟଙ୍କର କାଳବୈଶାଖୀ । ପ୍ରବଳ ଝଡ଼, ବର୍ଷା ଯୋଗୁ ଅତି କମରେ ୬୦ ଜଣ ଲୋକଙ୍କ ଜୀବନ ଯାଇଛି । ଉତ୍ତର ପ୍ରଦେଶର ପ୍ରୟାଗରାଜ, ପ୍ରତାପଗଡ଼, ଭଦୋହି, ଫତେହପୁର, ଉନ୍ନାଓ, କାନପୁର ଦେହାତ, ଚନ୍ଦୌଲି, ସୋନଭଦ୍ର ଓ ବଦୌନ ସମେତ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରୟାଗରାଜରେ ଝଡ଼ ପରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।