ଭୁବନେଶ୍ୱର : କମିଶନରେଟ୍ ପୋଲିସ ରାଜଧାନୀରେ ସେକ୍ସ ରାକେଟକୁ ମୂଳଉତ୍ପାଟନ କରିବା ପାଇଁ ଯେତେ ଚଢଉ କଲେ ସୁଦ୍ଧା ଏହାର ସୁଫଳ ମିଳୁପାରିନାହିଁ । ବାରମ୍ବାର ଚଢଉ ସତ୍ୱେ ମଧ୍ୟ ପୋଲିସ ଅଗୋଚରରେ ଏଭଳି ଲଜ୍ଜାଜନକ କାର୍ଯ୍ୟ ରାଜଧାନୀର ଗଳିକନ୍ଦିରେ ଚାଲୁଛି । ବୁଧବାର ରାତ୍ରରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ହେୟାର ସ୍ପାରେ ପୋଲିସ ଚଢଉ କରି ଆଉ ଏକ ସେକ୍ସ ରାକେଟ ଠାବ କରିଛି ।
ଏଠାରେ ପୋଲିସ ତିନି ଦେହଜୀବୀଙ୍କ ସହିତ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ହେଲେ ୫ ଗ୍ରାହିଥିବା ପୋଲିସ ସୂଚନା ଦେଇଛି । କୁଇକ୍ ଆକ୍ସନ ଟିମ୍ ଓ ଖାରବେଳନଗର ପୋଲିସର ମିଳିତ ଚଢଉରେ ଏପରି ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ଚଢଉ ସମୟ ସମୟରେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଗିରଫ ଗ୍ରାହକମାନେ ହେଲେ ବିଜୟ କୁମାର ଠାକୁର (୩୧), ସୁମିତ୍ କୁମାର ପ୍ରଧାନ (୨୯), ଜଗବନ୍ଧୁ ନାୟକ (୨୪), ଗୌତ୍ତମ ଗୋଛାୟତ (୨୦) ଓ ସନ୍ଦିପ ଏକା (୨୪) । ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଥିବା ମେ’ ମିଲନ ହେୟାର ସ୍ପାରେ ଏପରି ଅନୈତିକ କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ ଅଚାନକ ଚଢଉ କରିଥିଲା ।