କର୍ଣ୍ଣାଟକର ବିକାଶ ପାଇଁ ମୋଦୀଙ୍କୁ ଅନୁରୋଧ କଲେ ଶିବକୁମାର

ମହୀଶୁର : କର୍ଣ୍ଣାଟକକୁ ସହଯୋଗ କରିବାପାଇଁ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଶିବକୁମାର କହିଛନ୍ତି, ଦେଶର ବିକାଶ ଅତ୍ୟନ୍ତ ଘନିଷ୍ଠ ଭାବେ କର୍ଣ୍ଣାଟକର ପ୍ରଗତି ସହ ଜଡ଼ିତ। ତେଣୁ ସଂଘୀୟ ସମବାୟ ବ୍ୟବସ୍ଥା ଅଧୀନରେ ସେ ରାଜ୍ୟକୁ ସହଯୋଗ କରିବାପାଇଁ ଅନୁରୋଧ କରିଛନ୍ତି। ସ୍ବାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର- ବିବେକ ସ୍ମାରକର ଉଦ୍‌ଘାଟନ ପରେ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶିବକୁମାର ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କହିଛନ୍ତି, କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁ ବିଶ୍ବକୁ ଭାରତର ଝରକା ହୋଇଛନ୍ତି।

ରାଜ୍ୟର ବିକାଶ ଦିଗରେ ସେ କେନ୍ଦ୍ର ସରକାରଙ୍କ ସମର୍ଥନ ମାଗିଛନ୍ତି। ଶିବକୁମାର କହିଛନ୍ତି, ଆଜି ମୋ ପ୍ରଧାନମନ୍ତ୍ରୀ ଏଠାରେ ଅଛନ୍ତି। କର୍ଣ୍ଣାଟକ ସରକାର ଏବଂ ରାଜ୍ୟର ଲୋକମାନଙ୍କ ପକ୍ଷରୁ ମୁଁ ତାଙ୍କୁ ଅନୁରୋଧ କରୁଛି ଯେ କର୍ଣ୍ଣାଟକକୁ ସହଯୋଗ କରିବାରେ ସେ ଉଦାରତା ଦେଖାନ୍ତୁ ଏବଂ କର୍ଣ୍ଣାଟକକୁ ସୁରକ୍ଷା ଦିଅନ୍ତୁ। କାରଣ ସମଗ୍ର ବିଶ୍ବ କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁ ଦ୍ବାରା ଭାରତକୁ ଦେଖୁଛନ୍ତି।

SBI AD