ରାଗ-ଖଟା ସୁପ୍‌

ପ୍ରସ୍ତୁତି ସାମଗ୍ରୀ-୧/୨ କପ୍‌ କୋରା ଗାଜର, ୧/୨କପ୍‌ କୋରା ବନ୍ଧାକୋବି, ୫/୬ଟା ମସ୍‌ରୁମ୍‌(ଛୋଟକଟା), ୬/୭ଟା ବିନସ୍‌ (ଛୋଟ କଟା), ୧/୨ କପ୍‌ ପିଆଜ ସଂଣ୍ଢା (କଟା), ୧ଟା ସିମ୍‌ଲା ଲଙ୍କା(ଛୋଟକଟା), ୪/୫ ପାଖୁଡ଼ା ରସୁଣ, ୧/୨ଚାମଚ ଅଦା ଛେଚା, ଭେଜିଟେବୁଲ୍‌ ଷ୍ଟକ୍‌/ ଚିକେନ୍‌ ଷ୍ଟକ୍‌-୬କପ୍‌, ୩ଚାମଚ କର୍ନଫ୍ଲୋର, ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ୱାଦ ଅନୁସାରେ, ୨ଚାମଚ ତେଲ, ୧/୪ଚାମଚ ଅଜିନୋମୋଟ, ୨ଚାମଚ ସୋୟା ସସ୍‌, ୨ଚାମଚ ଗ୍ରୀନ୍‌ ଚିଲି ସସ୍‌, ୨ଚାମଚ ଭିନେଗାର ।
ପ୍ରଣାଳୀ- କରେଇରେ ତେଲ ଗରମ କରି ପିଆଜ ସଂଣ୍ଢାର ଧଳା ଅଂଶ, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ୧ମିନିଟ୍‌ ପରେ ସବୁ ପରିବା କଟା ଦେଇ ତେଜ ଆଞ୍ଚରେ ୨-୩ମିନିଟ୍‌ ଭାଜନ୍ତୁ । ଏଥର ଭେଜିଟେବୁଲ୍‌ ଷ୍ଟକ୍‌ କିମ୍ବା ଚିକେନ୍‌ ଷ୍ଟକ୍‌ ଦିଅନ୍ତୁ । ସୁପ୍‌ ଫୁଟିଲେ କର୍ନଫ୍ଲୋର୍‌ରେ ୧/୨କପ୍‌ ଥଣ୍ଡାପାଣି ଦେଇ ମିଶ୍ରଣ ତିଆରି କରନ୍ତୁ ଓ ସୁପ୍‌ରେ ମିଶାନ୍ତୁ । ଏବେ ସୁପ୍‌ଟିକୁ ଭଲକରି ଗୋଳାନ୍ତୁ । ସୁପ୍‌ ଗାଢା ହେଲେ ଭିନେଗାର, ଗ୍ରୀନ୍‌ ଚିଲି ସସ୍‌, ସୋୟା ସସ୍‌ ଦିଅନ୍ତୁ । ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ୱାଦ ଅନୁସାରେ ଦିଅନ୍ତୁ । ସ୍ୱାଦ ବଢେଇବା ପାଇଁ ଚିଲି ଅଏଲ୍‌-୧ ଚାମଚ ଗରମ ତେଲରେ ୧ଚାମଚ ସୁପ୍‌ର ସ୍ୱାଦ ବଢିଯାଏ । ଏବେ ପିଆଜ ସଂଣ୍ଢା ପତ୍ର କଟା ଦେଇ ଗରମ ଗରମ ପରଷନ୍ତୁ ।