ସମ୍ବଲପୁର ୩୧/୦୩ : ବରଯାତ୍ରୀ ଗାଡି କେନାଲକୁ ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଗାଡିଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିବାରୁ ପାଣିରେ ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା ସୂଚନା ମିଳିଛି।
ଏକ ବିବାହ ଭୋଜିରେ ଯୋଗଦେବାକୁ ଏକ ଗାଡ଼ିରେ ଝାରସୁଗୁଡାରୁ ସମ୍ବଲପୁରର ପାରମାଣପୁରକୁ ଆସିଥିଲେ। ବିବାହ ଭୋଜିରୁ ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଶାସନ କେନାଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା।
