ଭୁବନେଶ୍ୱର, ୦୬/୦୬ : ବିଦେଶରେ ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଜଣାଇବ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇବେ। ନୀଳାଦ୍ରି ବିଜେ ପରେ ଏକ କମିଟି ଯାଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ଓ ବାହୁଡା଼ ଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ଉପରେ ମୋହର ମାରିଛି ପରିଚାଳନା କମିଟି। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଗଣତିମଣତି ସ୍ଥଗିତ ରହିବ। ନୀଳାଦ୍ରି ବିଜେ ପରେ ପୁର୍ନବାର ହେବ ଅଳଙ୍କାର ଗଣତିମଣତି। ଆକାରରେ ବଡ ଥିବା ଅଳଙ୍କାର ଖଟଶେଜ ଘରେ ଗଣତି କରାଯାଇ ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ହେବ । ପୁର୍ନବାର ଭିତର ରତ୍ନଭଣ୍ଡାରକୁ ଯିବ। ସେହିପରି ଜମିଜମା ସମସ୍ୟା ନେଇ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ଅନୁରୋଧ କରିଛି। ନରେନ୍ଦ୍ର ପୁଷ୍କରିଣୀରେ ସ୍ଥାୟୀ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ହେବ। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବୈଠକରେ ଗଜପତି ମହାରାଜା ଦିବ୍ୟସିଂ ଦେବ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ଆଇନର ସଂଶୋଧନ ପାଇଁ ଅନୁରୋଧ କରାଯାଇଛି। ଆଦର୍ଶ ଗୁରୁକୁଳ ଓବିସିସି ଠିକ୍ ସମୟରେ ସାରିବାକୁ ପରାମର୍ଶ ଦିଆଯାଇଛି। ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ହେବ । ମଶାଣୀ ଚଣ୍ଡୀ ନୂଆ କଲୋନୀ ହେବ ନୀଳଚକ୍ର କଲୋନୀ। କେତେକ ତାଲା ଖରାପ ହୋଇଥିଵାରୁ ବଦଳା ହେବ। ଶ୍ରୀମନ୍ଦିର ଯାନିଯାତ୍ରା ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍ ତ୍ୱରିତ ପଦକ୍ଷେପ ନବ l ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ,ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ l