ଭୁବନେଶ୍ୱର,୧୯/୭ : ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରୁ କେନାଲ ବ୍ୟବସ୍ଥାରେ ଅଧିକ ୧୫ ହଜାର ହେକ୍ଟର ଚାଷ ଜମିକୁ ଜଳ ଛଡ଼ାଯିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ଜିଲ୍ଲାର ୫ଟି ବ୍ଲକର ୯୪ଟି ଗ୍ରାମର ବାସିନ୍ଦା ବିଶେଷ ଉପକୃତ ହେବେ।
ଆଗାମୀ ଦିନରେ ଏହି ପ୍ରକଳ୍ପ ଜରିଆରେ ମୟୂରଭଞ୍ଜ ଏବଂ ବାଲେଶ୍ଵରର ୧ଲକ୍ଷ ୯ହଜାର ହେକ୍ଟରରୁ ଊର୍ଦ୍ଧ୍ଵ ଚାଷ ଜମି ଜଳସେଚିତ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିସହ ପ୍ରକଳ୍ପରୁ କେନାଲ ଦ୍ବାରା ପ୍ରବାହିତ ଜଳ ଯେପରି ପ୍ରତ୍ୟେକ ଚାଷୀଙ୍କ ଜମିରେ ପହଞ୍ଚିବ ସେନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।